ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

0
501
odisha-cabinet-approve-17 proposals

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଥମେ ମନ୍ତ୍ରୀ ପରିଷଦ ଓ ପରେ କ୍ୟାବିନେଟ୍‌ ବୈଠକ ହେବ । ଦିନ ସାଢେ ୧୧ଟାରେ ଲୋକସେବା ଭବନରେ ବସିବ ବୈଠକ । ଏଥିରେ ବଜେଟ୍‌କୁ ଅନୁମୋଦନ ସହ ୨୭ଟି ଏଜେଣ୍ଡା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳର ସଫଳତା ପରେ ଏହା ପ୍ରଥମ କ୍ୟାବିନେଟ୍‌ ବୈଠକ ହୋଇଥିବାରୁ ସରକାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରିବାର ସମ୍ଭାବନା ରହିଛି। ଆସନ୍ତା ୩୦ ତାରିଖରେ ବିଧାନସଭାରେ ବଜେଟ୍‌ ଉପସ୍ଥାପନ ହେବ।

Also Read  ପୁଅକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ବାପା