ବିଦ୍ୟୁତ ସଂଯୋଗ କଟିଯିବ କହି ସାଇବର ଠକ ନେଇଗଲେ ୨ ଲକ୍ଷ ୭୫ ହଜାର

0
277

ଭୁବନେଶ୍ବର : ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ। ପୂର୍ବ ମାସର ଇଲେକ୍ଟ୍ରି ବିଲ ବକେୟା ଥିବାରୁ ଲାଇନ କଟିଯିବ କହି ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଠକେଇର ଶିକାର ହୋଇଛନ୍ତି ଆରଏସପିର ଜଣେ ପୂର୍ବତନ କର୍ମଚାରୀ। ପୂର୍ବ ମାସର ଇଲେକ୍ଟ୍ରି ବିଲ୍ ବକେୟା ଅଛି। ବିଲ ପେମେଣ୍ଟ କରନ୍ତୁ ନଚେତ ବିଦ୍ୟୁତ ସଂଯୋଗ କଟିଯିବ। ଏପରିକି ବିଲ୍ ବାବଦକୁ ମେସେଜ ମଧ୍ୟ ଆସିଥିଲା। ଅନ ଲାଇନରେ ବିଲ ପେମେଣ୍ଟ କରିବାକୁ ସାଇବର ଠକ କହିଥିଲେ। ଆରଏସପିର ପୂର୍ବତନ କର୍ମଚାରୀ ଜଣକ ଅନଲାଇନରେ ବିଲ୍ ପେମେଣ୍ଟ କରୁଥିବା ବେଳେ ସାଇବର ଠକମାନେ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ପୂର୍ବତନ କର୍ମଚାରୀ ଜଣକ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦେଇଛନ୍ତି।

Also Read  ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ୧୫ରେ ଛୁଇଁବ ଉପକୂଳ