ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ମୃତ୍ୟୁ ପଛରେ ରାଗିଂ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

0
186
death-of-medical-student-in-balangir-family-brought-the-murder-charge

ବଲାଙ୍ଗୀର: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଛାତରୁ ଡେଇଁ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ କରୁଛି ପୋଲିସ । ଏହାରି ଭିତରେ ମୃତକଙ୍କ ବାପା ଡାକ୍ତର କ୍ରୀଷ୍ଣା କୁମାର ଓ ମା’ ସନ୍ତୋଷ ପହଞ୍ଚିବା ପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ରାଗିଂ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ସେପଟେ ସାଇଣ୍ଟିଫିକ ଟିମ୍‌ର ଯାଞ୍ଚ ଜାରି ରହିଛି । ଛାତ୍ର ରହୁଥିବା ୩୧୨ ନମ୍ବର ରୁମ୍ ସହ ବିଭିନ୍ନ ସ୍ଥାନରେ ଛାନବିନ୍ ଚାଲିଛି । କେମିତି ଛାତରୁ ପଡ଼ିଲେ ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାର । ତା’ର ଛାନବିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ ।

ପୁଅର ମୃତ୍ୟୁ ପୂର୍ବରୁ ସେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ଏହି ସମୟରେ ରାଗିଂକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତେଣୁ ପୁଅ ଇଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।

ଅନ୍ୟପଟେ ରାଗିଂ ଘଟଣାକୁ ଖଣ୍ଡନ କରିଛନ୍ତି ଭୀମଭୋଇ ମେଡିକାଲ କଲେଜ ଡିନ୍‌ । କଲେଜ ଡିନ୍ ସବିତା ମହାପାତ୍ର କହିଛନ୍ତି, ‘ନିଶାନ୍ତ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ । କଲେଜରେ ଆଣ୍ଟି ରାଗିଂ କମିଟି ଅଛି । ପ୍ରତ୍ୟେକ ସନ୍ଧ୍ୟାରେ ଆଣ୍ଟି ରାଗିଂ ସ୍କ୍ବାଡ୍ ଚେକିଂ କରୁଛନ୍ତି । ସେଭଳି କିଛି ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ’।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ପହି ମୃତ୍ୟୁବରଣ କରିଥିଲା ଜଣେ ଡାକ୍ତରୀ ଛାତ୍ର । ମୃତକ ହରିୟାଣାର ନିଶାନ୍ତ କୁମାର ଏମବିବିଏସ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ ତଦନ୍ତ ଜାରି ରଖିଛି ।

Also Read  ଆଗାମୀ ୨୪ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା, ୮ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

LEAVE A REPLY

Please enter your comment!
Please enter your name here