ଆସନ୍ତା ୧୫ ଦିନ ଭିତରେ ଆସିବ କରୋନାର ଚତୁର୍ଥ ଲହର ! ନୂଆ ଭ୍ୟାରିଏଣ୍ଟ ସୃଷ୍ଟି କରିପାରେ ସମସ୍ୟା

0
364
corona 4th wave-will-come-in-the-next-15-days

ଭୁବନେଶ୍ବର: ଆସନ୍ତା ୧୫ ଦିନ ଭିତରେ ଆସିବ କରୋନାର ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସୃଷ୍ଟି କରିପାରେ ସମସ୍ୟା । ଟୀକା ନେଇ ନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁ ମାନେ ଟୀକା ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ସେମାନେ ଟୀକା ତୁରନ୍ତ ନେଇଯିବା ଆବଶ୍ୟକତା ରହିଛି । ଏବେ ଯୋଉ ଭ୍ୟାରିଏଣ୍ଟ ଆସିଛି ତାହା ଦ୍ରୁତ ଭାବରେ ସଂକ୍ରମଣ କରୁଛି । ତେବେ ମୃତ୍ୟୁ ହାର ଏହାର ବହୁତ କମ। ଭାରତରେ ଏବେ ମହାରଷ୍ଟ୍ର ଏବଂ ଦିଲ୍ଲୀ ରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ ଓଡିଶା କୁ ଆସିବାର ସମ୍ଭବନା ଅଧିକ। ତେବେ ଆମ ରାଜ୍ୟର ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି। ଏଣୁ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଓ ଟୀକାକରଣ ଅଭିଯାନରେ ରାଜ୍ୟବାସୀଙ୍କ ସହଯୋଗ ଏହି ସଫଳତା ଆଣିଦେଇଛି। ହଟସ୍ପଟ ଭୁବନେଶ୍ୱରରେ ଗତ ସପ୍ତାହରେ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତଥାପି କେବଳ ସମ କୋଭିଡ ହସ୍ପିଟାଲରେ ୨୫ ଟି ଶଯ୍ୟା ସଂରକ୍ଷିତ ରହିଛି। ତେବେ ସେଠାରେ ମଧ୍ୟ ଜଣେ ବି ସଂକ୍ରମିତ ଭର୍ତ୍ତି ହୋଇନାହାନ୍ତି। ଆଗକୁ କୋଭିଡ ହସ୍ପିଟାଲ ବନ୍ଦ ହେବ କି ଚାଲୁ ରହିବ ସେନେଇ ଚିନ୍ତା କରାଯାଉଛି। ଏବେବି ଟୀକାକରଣ ସାଙ୍ଗକୁ ଟେଷ୍ଟିଂ ଜାରୀ ରହିଛି । ତେବେ ଆଗକୁ ପୁଣି ଚତୁର୍ଥ ଲହରର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ବିଏମସି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Also Read  Besides opposition’s protest CM inaugurated new projects in Nabarangapur, Odisha