ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

0
338

ମଣିପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି । ମାଟି ତଳେ ଆହୁରି ପାଖାପାଖି ୫୫ ଜଣ ପୋତି ହୋଇରହିଥିବା ନେଇ ସୂଚନା ମିଳିଛି । କହିରଖିବା ଉଚିତ ହେବକି ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି ଭୂସ୍ଖଳନର ଶିକାର ହୋଇଥିଲେ। ବୁଧବାର ରାତିରେ ତୁପୁଲ ୟାର୍ଡ ରେଳବାଇ କନଷ୍ଟ୍ରକସନ କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ହେବା ଫଳରେ ଇଜେଇ ନଦୀରେ ବହୁମାତ୍ରାରେ ମାଟି ଅତଡା ପଡି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଛି । ଏହି ବନ୍ଧ ନଦୀର ପାଣିକୁ ଅଟକାଇ ରଖିଛି । ଯଦି ଏହି ବନ୍ଧ ଭାଙ୍ଗିଯାଏ ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି ।

ପୂର୍ବରୁ ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି । ତେବେ ଲଗାଣ ବର୍ଷା କାରଣରୁ ଆଗକୁ ସ୍ଥିତି ଆହୁରି ବିଗିଡିପାରେ ବୋଲି ଲୋକମାନଙ୍କୁ ସତର୍କ କରାଯାଇଛି। ଏଭଳି ସ୍ଥିତି ଦେଖି ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ । ସାଧାରଣ ଲୋକଙ୍କୁ ୩୭ ନମ୍ବର ଜାତୀୟ ରାଜପଥକୁ ନ ଯିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ‘’ତୁପୁଲରେ ଭୂସ୍ଖଳନ ସ୍ଥିତି ଆକଳନ କରିବାପାଇଁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସହ ସର୍ଚ୍ଚ ଅପରେସନ ଜାରି ରହିଛି।

Also Read  ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ସମସ୍ତ ଦିଗ ଉପରେ ନଜର ରଖିଛୁ : ପୂର୍ବତନ ମନ୍ତ୍ରୀ