ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀକୁ ବିଜେ କରିବେ ମହାପ୍ରଭୁ, ଭୋର ୪ଟାରୁ ୬ଟା ଭିତରେ ଆରମ୍ଭ ହେବ ପହଣ୍ଡି

0
155
debasnana-purnima-of lord jagannath tomorrow

ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚାରି ଠାକୁର । ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଭୋର ୪ଟାରୁ ୬ଟା ଭିତରେ ଆରମ୍ଭ ହେବ ପହଣ୍ଡି । ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅଧରପୋଛା, ଅବକାଶ ଆଦି ନୀତି ସମ୍ପାଦିତ ହେବ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଶ୍ରୀଜିଉଙ୍କୁ ଜଳବିଜେ, ପୂଜା ଓ ସ୍ନାନ କରିବେ ।

୧୨ଟାରେ ସ୍ନାନବେଦୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ମଇଲମ, ମେକାପ ସର୍ବାଙ୍ଗ ଓ ନୂଆ ଲୁଗା ଲାଗି ବେଶ । ୧୨ଟା ୧୫ରେ ଛେରା ପହଁରା କରାଯିବ । ସାଢ଼େ ୧୨ଟାରୁ ୨ଟା ୩୦ ଭିତରେ ଦୁର୍ଲଭ ହାତୀ ବେଶ ଅନୁଷ୍ଠିତ ହେବ । ପରେ ସ୍ନାନବେଦୀରେ ଆଉ କିଛି ନୀତି ସମ୍ପାଦିତ କରାଯିବ । ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ସାହାଣମେଳା ଦର୍ଶନ । ଏହି ଦର୍ଶନ ସାଢ଼େ ୯ଟା ଯାଏ ଚାଲିବ । ଏହାପରେ ରାତି ୧୦ଟାରୁ ଆରମ୍ଭ ହେବ ଶ୍ରୀଜିଉଙ୍କର ବାହୁଡ଼ା ପହଣ୍ଡି । ରାତି ସାଢ଼େ ଗୋଟାଏରେ ସୁନା ଚିତା ଓ ରାହୁ ରେଖା ମଇଲମ ନୀତି ସମ୍ପାଦିତ ହେବ ।

Also Read  ଜଳଛତ୍ରରେ କୀଟନାଶକ ବିଷ ମିଶାଇଦେଲେ ଦୁର୍ବୃତ୍ତ , ୩ ଗୁରୁତର, ପୋଲିସର ଛାନଭିନ ଜାରି

LEAVE A REPLY

Please enter your comment!
Please enter your name here