ଟାଇମ୍ ମାଗାଜିନରେ ପୁଣି ସ୍ଥାନ ପାଇଲେ ଦୀପିକା, ଦ୍ୱିତୀୟ ଥର ପାଇଁ ସାମିଲ ହେଲେ ପ୍ରଥମ ଭାରତୀୟ

0
405

ନୂଆଦିଲ୍ଲୀ ୦୨/୦୪: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍। ଯିଏକି ତାଙ୍କ ଜବରଦସ୍ତ ଆକ୍ଟିଂ ସହିତ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି। ସେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଯେଉଁଥିପାଇଁ ସମାଲୋଚକମାନେ ମଧ୍ୟ ତାଙ୍କୁ ପ୍ରଶଂସା କରୁଛନ୍ତି। ଦୀପିକା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ଅନେକ ବଡ ଆୱାର୍ଡ ନିଜ ନାମରେ କରିଥିବା ଦୀପିକାଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି । ସେ ବର୍ତ୍ତମାନ ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇନ୍ତି ଯିଏକି ଟାଇମ୍ ମାଗାଜିନ୍ ୧୦୦ ଇମ୍ପାକ୍ଟ ଆୱାର୍ଡର ପପୁଲାର୍ ଲିଷ୍ଟରେ ଦୁଇଥର ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ, ଇଣ୍ଟରନେସନାଲ୍ ଟାଇମ ମାଗାଜିନ୍‌ ୨୦୨୨ର ୧୦୦ ଇମ୍ପାକ୍ଟ ଆୱାର୍ଡ ପାୱାର ଲିଷ୍ଟ ପ୍ରକାଶ ପାଇଛି। ଦୀପିକା ଟାଇମ୍ ମାଗାଜିନ୍ ଦ୍ୱାରା ଦୁଇଥର ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇପାରିଛନ୍ତି। ଏହି ତାଲିକାରେ ସିଇଓ, କଳାକାର, ପପ୍ ଷ୍ଟାର୍ ଏବଂ ରାଜନେତାଙ୍କ ଠାରୁ ନେଇ ବିଶ୍ୱର ବହୁ ବୈଜ୍ଞାନିକ ଅନ୍ତର୍ଭୁକ୍ତ ହୋଇଥିଲେ। ସୂଚନା ଅନୁଯାୟୀ, ଇଣ୍ଟରନେସନାଲ୍ ଟାଇମ ମାଗାଜିନ୍‌ ୨୦୨୨ର ୧୦୦ ଇମ୍ପାକ୍ଟ ଆୱାର୍ଡ ପାୱାର ଲିଷ୍ଟ ପ୍ରକାଶ ପାଇଛି। ଦୀପିକା ଟାଇମ୍ ମାଗାଜିନ୍ ଦ୍ୱାରା ଦୁଇଥର ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇପାରିଛନ୍ତି। ଏହି ତାଲିକାରେ ସିଇଓ, କଳାକାର, ପପ୍ ଷ୍ଟାର୍ ଏବଂ ରାଜନେତାଙ୍କ ଠାରୁ ନେଇ ବିଶ୍ୱର ବହୁ ବୈଜ୍ଞାନିକ ଅନ୍ତର୍ଭୁକ୍ତ ହୋଇଥିଲେ।

Also Read  ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ