ଦିଲ୍ଲୀ ଜାହାଙ୍ଗୀରପୁର ହିଂସା ଘଟଣା, ନଜର ପକାନ୍ତୁ ୧୦ଟି ବଡ଼ ଅପଡେଟ୍

0
242

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ପୂର୍ବରୁ ଏକ ଡକାୟତି ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

.ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ପାଇଁ ଦୁଇ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛି।
.ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ତିନୋଟି ଦେଶୀ ବନ୍ଧୁକ ଓ ପାଞ୍ଚଟି ଖଣ୍ଡା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
.ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅସଲମ ମଧ୍ୟ ଅଛନ୍ତି, ଯିଏ ଦିଲ୍ଲୀ ପୁଲିସର ସବ୍-ଇନ୍ସପେକ୍ଟର ମେଡାଲ ମୀନାଙ୍କ ଉପରକୁ ଗୁଳି ଚଳାଇଥିଲେ। ତା’ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି ବୋଲି ଦିଲ୍ଲୀ ପୁଲିସ କହିଛି।
.ଅନ୍ୟ ଜଣେ ବ୍ୟକ୍ତି ଅନସାର, ଯିଏ ଚାରି କିମ୍ବା ପାଞ୍ଚ ଜଣଙ୍କୁ ନିଜ ସହ ଆଣି ମସଜିଦ ନିକଟରେ ଶୋଭାଯାତ୍ରାରେ ସାମିଲଥିବା ଲୋକଙ୍କ ଯୁକ୍ତିତର୍କ ଆରମ୍ଭ କରିଥିଲେ, ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଗଣ୍ଡଗୋଳ ଉଗ୍ରରୂପ ନେବା ସହ ଉଭୟ ପକ୍ଷରୁ ପଥର ମାଡ଼ ହୋଇଥିଲା।
.ରବିବାର ଅପରାହ୍ନରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଜଣେ ଦ୍ୱିତୀୟ ବ୍ୟକ୍ତି ମଧ୍ୟ ପିସ୍ତଲ ଚଳାଇଥିବା ଦେଖିବାକୁ ମିଳିଛି। ତାଙ୍କୁ ଚିହ୍ନଟ କରାଯିବା ସହ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ଦିଲ୍ଲୀ ପୁଲିସ କହିଛି।
.ଶନିବାର ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ପରସ୍ପର ବିରୋଧରେ ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ କରିଛନ୍ତି।
.ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଭାଗ ନେଉଥିବା ବ୍ୟକ୍ତିମାନେ ଅସ୍ତ୍ରଶସ୍ତ୍ର ଧରି ଏକ ମସଜିଦରେ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ ବୋଲି ସ୍ଥାନୀୟ ଅଞ୍ଚଳର ମୁସଲମାନମାନେ ଦାବି କରିଛନ୍ତି।
.ଶୋଭାଯାତ୍ରାରେ ସାମିଲ ଥିବା ବ୍ୟକ୍ତି ସ୍ୱୀକାର କରିଛନ୍ତି ଯେ ପରମ୍ପରା ଅନୁଯାୟୀ ସେମାନ ଖଣ୍ଡା ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସାଙ୍ଗରେ ରଖିଥିଲେ । କିନ୍ତୁ ହିଂସା ବ୍ୟାପିବା ପଛରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟୀକୁ ଦାୟୀ କରିଥିଲେ।
.ପୁଲିସ ହତ୍ୟା, ହତ୍ୟା ଉଦ୍ୟମ ଓ ମାରଣାସ୍ତ୍ର ଆଇନ୍ ଭଳି ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସେଲର ଦଶ ଜଣ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି।
.ଗତ ସପ୍ତାହରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ରାମନବମୀ ଉତ୍ସବ ପାଳନ ବେଳେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖିବାକୁ ମିଳିଥିଲା।

Also Read  ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ