ଜଗା ଦର୍ଶନ ହେଲା ଶେଷ ଦର୍ଶନ; ଶ୍ରୀମନ୍ଦିରରେ ଦର୍ଶନ ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ

0
393
champak-dwadas-rituals-in-srimandira

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ଠାରେ ଘଟିଲା ଅଘଟଣ। ଉଡିଗଲା ଭକ୍ତଙ୍କ ପ୍ରାଣବାୟୁ । ମୃତକ ଛତିଶଗଡ଼ର ଓ୍ୱାଇ ଜି ମୁର୍ତ୍ତି ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଛତିଶଗଡ଼ର ୭୨ ବର୍ଷିୟ ୱାଇ.ଜି ମୂର୍ତ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମାଆ ବିମଳାଙ୍କ ଦର୍ଶନ ଲାଗି ଯାଉଥିଲେ। ସେତିକିବେଳେ ୱାଇ.ଜି ମୂର୍ତ୍ତି ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ତତକ୍ଷଣାତ୍ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୱାଇ.ଜି ମୂର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ।

Also Read  Cyclone Fear: NRTS & Primary Scholarship Exams Cancelled