ନୂଆପଡା: ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ଡାଇରିଆ ଆତଙ୍କ । କୋମନା ବ୍ଲକ ଜଟଗଡ଼ ଗାଁରେ ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଗୁରୁତର ଥିବା ନେଇ ସିଡିଏମ୍ଓ ସୂଚନା ଦେଇଛନ୍ତି । ମୃତ ମହିଳା ଜଣକ କୋମନା ବ୍ଲକ ଜଟଗଡ ଗ୍ରାମର ଲାଲାଦେଇ ହଂସ ବୋଲି ଜଣାପଡିଛି । ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଗୁରୁତର କୋମନା ବ୍ଲକ ଜଟଗଡ ଗ୍ରାମର ବୋଲି ଜଣାପଡ଼ିଛି । ଗତକାଲି ଠାରୁ ଗାଁରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ତେବେ ଡାଇରିଆର କାରଣ ଜଣାପଡ଼ି ନାହିଁ।