ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଦିନେଶ ଗୁଣଓ୍ୱାର୍ଦ୍ଦେନା

0
243
dinesh gunawardena-sworn-in-as-sri-lankas-new-prime-minister

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣଓ୍ୱାର୍ଦ୍ଦେନା । ଶୁକ୍ରବାର କଲମ୍ବୋ ଫ୍ଲାୱର ରୋଡ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭୩ ବର୍ଷୀୟ ଦିନେଶ ଗୁଣଓ୍ୱାର୍ଦ୍ଦେନା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଗୁଣଓ୍ୱାର୍ଦ୍ଦେନା ଗୋଟାବାୟା ରାଜପକ୍ଷେଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଜଣେ ସରଳ ଓ ସଚ୍ଚୋଟ ରାଜନେତା ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି । ଦେଶରେ ସଙ୍କଟ ବଳବତ୍ତର ରହିଥିବାବେଳେ ନୂଆ ପ୍ରଧାନମନ୍ତ୍ରୀ କିପରି ଦାୟିତ୍ୱ ତୁଲାଇବେ ତାହାକୁ ନେଇ ଜାରି ରହିଛି ସସପେନ୍ସ । କୁହାଯାଉଛି କି ଗୁଣଓ୍ୱାର୍ଦ୍ଦେନାଙ୍କ ପରିବାରର ଭାରତ ସହ ଏବେ ବି ମଧୁର ସଂପର୍କ ରହିଛି । ତାଙ୍କ ପିତା ଫିଲିପ୍ ଗୁଣଓ୍ୱାର୍ଦ୍ଦେନା ଭାରତର ସ୍ୱାଧୀନତା ପାଇଁ ଲଢେଇ କରିଥିଲେ ।

ଦେଶରୁ ପଳାଇଯାଇ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ୭୩ ବର୍ଷିୟ ବିକ୍ରମସିଂଘେ ଗୁରୁବାର ଦିନ ଦେଶର ୮ମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଫଳରେ ଦେଶର ପ୍ରଧାନମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ଆଜି ‘ପୋଦୁଜନ ପେରମୁନା ପାର୍ଟି’ର ନେତା ଗୁଣଓ୍ୱାର୍ଦ୍ଦେନା ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ଉପସ୍ଥିତିରେ ଶପଥ ନେବା ସହିତ ଗଣବେଶ ଧାରଣ କରିଥିବା ସେନା ଅଧିକାରୀ ସମ୍ମୁଖରେ ସାଂସଦ ଏବଂ ସରକାରୀ ଅଧିକାରୀମାନେ ଗହଳି କରିଥିବା ପ୍ରକୋଷ୍ଠରେ ବସିଥିଲେ।

Also Read  ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ ନିଯୁକ୍ତି : ଏକାଥରେ ୭ ହଜାରଙ୍କୁ ନିଯୁକ୍ତିପତ୍ର

LEAVE A REPLY

Please enter your comment!
Please enter your name here