ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ, ଆସନ୍ତୁ ଜାଣିବା…

0
237
Cabinet Reshuffle

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ୨୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ରାଜ୍ୟ ସରକାର ନବନିଯୁକ୍ତି ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବଣ୍ଟନ କରିଛନ୍ତି । ତେବେ ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି ଆସନ୍ତୁ ଜାଣିବା…

୧. ଜଗନ୍ନାଥ ସାରକା (ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ)

୨.ନିରଞ୍ଜନ ପୂଜାରୀ (ଅର୍ଥ, ସଂସଦୀୟ ବ୍ୟାପାର)

୩.ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ)

୪.ପ୍ରଦୀପ କୁମାର ଅମାତ (ପଞ୍ଚାୟତରାଜ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ)

୫. ଅତନୁ ସବ୍ୟସାଚୀ ନାୟକ (ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ)

୬.ଟୁକୁନି ସାହୁ ( ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ)

୭.ଉଷା ଦେବୀ ( ଗୃହ ଓ ନଗର ଉନ୍ନୟନ)

୮. ପ୍ରତାପ କେଶରୀ ଦେବ(ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ)

୯. ପ୍ରମିଳା ମଲ୍ଲିକ( ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)

୧୦.ପ୍ରଫୁଲ୍ଲ ମଲ୍ଲିକ ( ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ )

୧୧. ନବ କିଶୋର ଦାସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)

୧୨. ଅଶୋକ ଚନ୍ଦ୍ର ପଣ୍ଡା( ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)

୧୩.ରାଜେନ୍ଦ୍ର ଢୋଲକିଆ ( ଯୋଜନା ଓ ସଂଯୋଜନ)

୧୪. ରୋହିତ ପୂଜାରୀ ( ଉଚ୍ଚ ଶିକ୍ଷା )

୧୫. ସମୀର ରଞ୍ଜନ ଦାସ ( ଗଣଶିକ୍ଷା )

୧୬. ବାସନ୍ତୀ ହେମ୍ୱମ୍ (ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି)

୧୭.ପ୍ରୀତିରଞ୍ଜନ ଘଢେଇ (ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା)

୧୮. ତୁଷାରକାନ୍ତି ବେହେରା (କ୍ରୀଡ଼ା ଓ ଯୁବ ବ୍ୟାପାର, ଅତିରିକ୍ତ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ)

୧୯. ରୀତା ସାହୁ ( ହସ୍ତତନ୍ତ ଓ ବୟନ ଶିଳ୍ପ)

୨୦. ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ, ଅବକାରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ)

୨୧. ଶ୍ରୀକାନ୍ତ ସାହୁ (ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ)

Also Read  ସୈନିକଙ୍କ ଛୁଟି ସମୟରେ ଆକ୍ରମଣ ଯୋଗୁଁ ମୃତ୍ୟୁ ହେଲେ କର୍ତ୍ତବ୍ୟବେଳେ ବିଚାର କରାଯିବ

LEAVE A REPLY

Please enter your comment!
Please enter your name here