ଓଜନ କମାଇବା ପାଇଁ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ଖାଦ୍ୟ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା…

0
153
Include this breakfast for weight loss

ଆଜିର ଦିନରେ ଅଧିକାଂଶ ଲୋକ ନିଜର ଓଜନ କମାଇବା ପାଇଁ ସଦାସର୍ବଦା ଚେଷ୍ଠା କରୁଛନ୍ତି । ଓଜନ କମାଇବା ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ଆମେ ଆପଣଙ୍କୁ ଆଜି ଏପରି ଏକ ଖାଦ୍ୟ ବିଷୟରେ ଜଣାଇବୁ ଯାହା ଆପଣଙ୍କ ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ସହ ଓଜନ କମାଇବାରେ ସାହାଯ୍ୟ କରିବ । ଭାରତର ପ୍ରାୟ କୋଣଅନୁକୋଣରେ ଚୁଡାକୁ ସକାଳ ଜଳଖିଆ ଭାବେ ବ୍ୟବହାର କରାଯାଇଥାଏ । ଏହା ଶରୀର ପାଇଁ ବେଶ୍‌ ସ୍ୱାସ୍ଥ୍ୟକର । ପୋଷାକ ତତ୍ତ୍ୱରେ ଭରା । ଏଥିରେ ବହୁ ମାତ୍ରାରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫାଇବର, ଏବଂ ଆଇରନ୍‌ ରହିଛି । ଏହା କେବଳ ଓଜନ କମାଇବାରେ ନୁହେଁ, ବରଂ ଆପଣଙ୍କ ଶରୀରରକୁ ସୁସ୍ଥ ରଖିବାରେ ସହଯୋଗ କରିବ । ଚୁଡାରେ ଦହି ଚକଟି, ଚୁଡା ଭଜା ଓ ଚୁଡାରେ ପିଆଜ, ଆଳୁ ସହିତ ବାଦାମ ପକାଇ ମଧ୍ୟ ଖାଇପାରିବେ । ଓଜନ କମାଇବା ପାଇଁ ଚୁଡାକୁ ବ୍ୟବହାର କରିପାରିବେ । ଏଥିରେ ବହୁ ମାତ୍ରାରେ ଫାଇବର ରହିଛି । ଠିକ୍‌ ଭାବେ ମଳତ୍ୟାଗ କରିବା ତଥା ଅଧିକ ସମୟ ପେଟକୁ ଭରା ରଖିବାରେ ବେଶ୍‌ ସମର୍ଥ । ଚୁଡା ଖାଇବା ଦ୍ୱାରା ଦୁଇଟି ମିଲ୍‌ ଭିତରେ ଓଭର-ଇଟିଙ୍ଗ୍‌ ସମସ୍ୟା ପ୍ରାୟତଃ ଆସି ନଥାଏ । ନ୍ୟୁଟ୍ରିନିଷ୍ଟଙ୍କ ଅନୁସାରେ ଚୁଡାରେ ଖୁବ୍‌ କମ୍‌ ମାତ୍ରାରେ କ୍ୟାଲୋରୀ ରହିଥାଏ ।

ସହଜରେ ହଜମ ହୁଏ:

ଚୁଡା ପେଟ ପାଇଁ ବେଶ୍‌ ହାଲ୍‌କା । ସକାଳ ଜଳଖିଆରେ ଚୁଡା ଖାଇଲେ ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଭଲ ହଜମ ହେବା ସହ ଦୀର୍ଘ ଯାଏ ଭୋକ ଲାଗି ନଥାଏ ।

ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ:

ଏହା ଫାଇବରର ମୁଖ୍ୟ ସ୍ରୋତ, ଯାହା ରକ୍ତପ୍ରବାହରେ ପ୍ରବେଶ କରୁଥିବା ଚିନିର ମାତ୍ରାକୁ ନିୟନ୍ତ୍ରିତ କରେ । ଫଳରେ ରକ୍ତରେ ଶର୍କରା ସ୍ତର ବଢି ନଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଚୁଡା ଖୁବ୍‌ ଭଲ ।

ମସ୍ତିଷ୍କକୁ ଶକ୍ତି ଦିଏ:

ଚୁଡା ଭିଟାମିନ୍‌ ବି’ରେ ଭରା ଚୁଡା, ଯାହା ସାରାଦିନ ଶରୀର ସହ ମସ୍ତିଷ୍କକୁ ମଧ୍ୟ ଶକ୍ତି ଯୋଗାଇଥାଏ ।

ରକ୍ତର ଅଭାବ ଥିଲେ ଚୁଡା ଖାଅନ୍ତୁ:

ଚୁଡାରେ ବହୁ ମାତ୍ରାରେ ଆଇରନ୍‌ ରହିଥାଏ, ଯାହା ଶରୀରରେ ରକ୍ତର ଅଭାବ ଅନୁଭବ ହେବାକୁ ଦିଏନି ।

ଚୁଡା ହେଉଛି ଗ୍ଲୁଟେନ୍‌ ମୁକ୍ତ:

ଯଦି ଗ୍ଲୁଟେନ୍‌ ଜିନତ ସମସ୍ୟା ରହିଥାଏ, ତେବେ ଚୁଡା ଆପଣଙ୍କ ପାଇଁ ପ୍ରଜୁଜ୍ଜ୍ୱ । ଅବଶ୍ୟ ଏହକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିନେବା ଉଚିତ୍‌ ।

Also Read  ମହାତ୍ମାଗାନ୍ଧୀ ମାର୍ଗରେ ହେବ ସାଧାରଣତନ୍ତ୍ର ଦିବସ

LEAVE A REPLY

Please enter your comment!
Please enter your name here