ମହାନଦୀରେ ୩ ଛାତ୍ର ବୁଡ଼ି ଘଟଣା : ମିଳିଲା ନିଖୋଜ ଥିବା ତୃତୀୟ ନାବାଳକଙ୍କ ମୃତଦେହ

0
390
drowning-case in Mahanadi another-body-was-found

କଟକ: ମହାନଦୀରୁ ମିଳିଲା ତୃତୀୟ ମୃତଦେହ । ତିନି ନାବାଳକ ଭାସିଯିବାର ୩୬ ଘଣ୍ଟା ପରେ ମିଳିଲା ତୃତୀୟ ନାବାଳକ ଛାତ୍ରଙ୍କ ମୃତଦେହ । ମୃତକ ହେଲେ ୧୭ ବର୍ଷିୟ ରାଜ୍ ଓରଫ ସିଦ୍ଦିକ୍ ଖାନ୍ । ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ମିଳିଛି ସିଦ୍ଧିକ ଖାନଙ୍କ ମୃତଦେହ । ଗତ ରବିବାର ଦିନ ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ତିନି ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରବିବାର ଦିନ ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଜଣେ ନାବାଳକ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ଗୁରୁଦ୍ୱାର ନିକଟରୁ ଆଉ ଜଣେ ନାବାଳର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଏମ.ଡି. ସାଦ୍ଦିକ।

ସୂଚନା ଅନୁଯାୟୀ, ଗତ ରବିବାର ମହାନଦୀରେ ଗାଧୋଇବାକୁ ଯାଇ ଯୋବ୍ରା ନିକଟରେ ୩ ଜଣ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଚୂନ ଭାଟି ଚାରି ଘରିଆର ସାହିଲ ଖାନ୍‌ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସୋମବାର ଦିନ ଅପରାହ୍ନ ସମୟରେ ଆୟୁର ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଉ ମଙ୍ଗଳବାର ଦିନ ନିଖୋଜ ଥିବା ସିଦ୍ଦିକ୍‌ ଖାନ୍‌ର ମୃତଦେହକୁ ଉଦ୍ଧାର ହୋଇଛି ।

Also Read  Budget session of Odisha Assembly to begin on June 25