କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ

0
288
duplicate detergent-poweder-seized-from-cuttack

କଟକ: ଅସାଧୁ ବ୍ୟବସାୟୀମାନଙ୍କୁ ରୋକିବା ପାଇଁ ବାରମ୍ବାର ପୋଲିସ ଚଢ଼ାଉ କରିବା ସତ୍ତ୍ୱେ ମାନୁନାହାନ୍ତି କିଛି ନକଲି କମ୍ପାନୀ ବ୍ୟବସାୟୀ । ନକଲି ସହର ହେବାକୁ ବସିଲାଣି ସିଲଭର ସିଟି । ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସ ଚଢାଉ କରି ୧୫୪୦ କିଲୋ ନକଲି ଡିଟରଜେଣ୍ଟ ପାଉଡର ଜବତ କରିଛି। ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ତିଆରି ପାଇଁ ରଖାଯାଇଥିବା ୧୮୦୦ କିଲୋର କଞ୍ଚାମାଲ୍ ଜବତ ହୋଇଛି। ଅସାଧୁ ବ୍ୟବସାୟୀ ଅତ୍ୟନ୍ତ ନିମ୍ନମାନର ସର୍ଫକୁ ଦାମୀ ବ୍ରାଣ୍ଡର ପ୍ୟାକେଟରେ ଭର୍ତ୍ତି କରି କାରବାର କରୁଥିଲେ । ଏହି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ। ଏହି ସର୍ଫ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଉଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏହା ଫଛରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ଅନୁମାନ କରୁଛି ।

Also Read  Shankaracharya banned from touching the deities on Snana Mandap: Daitapati Nijog secretary Premanand Dasmohapatra