ଜୁଲାଇ ୨୧ରେ ପୁଣି ଇଡିରେ ହାଜର ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ୍‌

0
344
ed-summons-sonia-gandhi-again-asks-her-to-appear-on-july-21

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି। ଆସନ୍ତା ଜୁଲାଇ ୨୧ରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ ହୋଇଛି। କୋଭିଡ୍‌ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ ଦିଆଯାଇଥିଲା।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ପଚରାଉଚରା କରିଛି ଇଡି । ଅଭିଯୋଗ ରହିଛି, ସୋନିଆ ଗାନ୍ଧୀ ଏବଂ ତାଙ୍କ ସହଯୋଗୀମାନେ ଆସୋସିଏଟ ଜର୍ଣ୍ଣାଲ ଲିମିଟେଡକୁ କବଜା କରିବା ପାଇଁ ୟଙ୍ଗ ଇଣ୍ଡିଆ ନାମକ ଏକ କମ୍ପାନି ତିଆରି କରିଥିଲେ ଏବଂ ଏହି କମ୍ପାନିରେ ସେଲ୍ କମ୍ପାନି ଗୁଡିକ ଜରିଆରେ ଲୋନ ନିଆଯାଇଥିଲା ।

ତେବେ ଉଭୟ ମା ଏବଂ ପୁଅଙ୍କୁ ଇଡିର ସମନକୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ତୀବ୍ର ବିରୋଧ କରାଯାଇଥିଲା। ଏମିତିକି ରାହୁଲ ଗାନ୍ଧି ଇଡିରେ ହାଜର ବେଳେ କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଥିଲା।

Also Read  Gyanesh Kumar assumes charge as CEC