ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା : କାର୍-ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୨ ଗୁରୁତର

0
161
'Hit And Run' Case On Bhubaneswar Footpath: Labourer Killed
'Hit And Run' Case On Bhubaneswar Footpath: Labourer Killed

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଛକ ନିକଟ ୧୬ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଏକ ବୋଲେରୋ ସହ ଅନ୍ୟ ଏକ କାର୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ସଦର୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ନିରାକାରପୁର ଓ ଜଙ୍କିଆ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହିତ ତଦନ୍ତ ଆରମ୍ଭ କରିଛି । ଦ୍ରୁତଗତିରେ ଗାଡି ଚଳାଇବା ଏବଂ ବେପାରୁଆ ଗାଡି ଚାଳନା ଯୋଗୁଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

Also Read  ଶ୍ରୀଜୀଉଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କଲେ ପୁଲିସ ଡିଜି

LEAVE A REPLY

Please enter your comment!
Please enter your name here