ରଥଯାତ୍ରାକୁ “ସମ୍ପୂର୍ଣ୍ଣ ଅଘଟଣମୁକ୍ତ” କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0
2494
Security arrangement for Rathayatra 2025
Security arrangement for Rathayatra 2025

ପୁରୀ: ଜୁନ ୨୩: ରଥଯାତ୍ରା କିପରି ସୁରୁଖୁରୁରେ ସମାପ୍ତ ହେବ, ସେ ନେଇ ରାଜ୍ୟ ସରକାର ପାଇଁ ସବୁବେଳେ ଚିନ୍ତାର ବିଷୟ ହେଇଥାଏ I ସେଥିପାଇଁ ପ୍ରଶାସନ ବିଭିନ୍ନ ଦିଗରୁ ଚିନ୍ତାକରି, ସୁରକ୍ଷା ବ୍ୟବସ୍ଥାକୁ ଦୃଢ କଡାକଡି କରିଥାନ୍ତି I ଏ ବର୍ଷ ମଧ୍ୟ, ଏହାକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ ସରକାର ଯଥେଷ୍ଟ ଧ୍ୟାନ ଦେଇଛନ୍ତି I ସବୁ ବର୍ଷ ପରି, ଏଥର ମଧ୍ୟ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି ଏବଂ ସରକାର ମଧ୍ୟ ଏହା କିପରି ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହେବ, ସେ ଦିଗରେ ଯଥେଷ୍ଟ ଧ୍ୟାନ ଦେଇଛନ୍ତି I

ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତୁତି ମୂଲ୍ୟାଙ୍କନ ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ ଏବଂ ରଥଯାତ୍ରାକୁ “ସମ୍ପୂର୍ଣ୍ଣ ଅଘଟଣମୁକ୍ତ” କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଆମ ସାଂସ୍କୃତିର ସବୁଠାରୁ ଗୌରବମୟ ପରିଚୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ରାଜ୍ୟ ସରକାର ଯତ୍ନବାନ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ବୋଲି କହିଛନ୍ତି।

ଭକ୍ତ ମାନେ ଯେପରି ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ, ସୁବିଧାରେ ରଥଯାତ୍ରାରେ ଯୋଗଦେବେ ଏବଂ ଏକ ଦିବ୍ୟ, ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ, ସେଥିପାଇଁ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସୁରୁଖୁରୁରେ ଏବଂ ଠିକ୍ ସମୟରେ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି।

ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଆକାଶ ମାର୍ଗରେ ନିରୀକ୍ଷଣ, ଡ୍ରୋନ୍, ସିସି ଟିଭି କ୍ୟାମେରା ଏବଂ ତଟରକ୍ଷୀ ବାହିନୀ ନିୟୋଜିତ କରି କଡ଼ା ନଜର ରଖାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମର ପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ ହେଉଛି ଏକ ଅଘଟଣମୁକ୍ତ ରଥଯାତ୍ରା କାର୍ଯ୍ୟକ୍ରମ ସୁନିଶ୍ଚିତ କରିବା। ‘

Also Read  Reshuffle continues in the state as 9 OAS cadre ave been shifted to various departments today