ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର ହୋଇଥିବା ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

0
128

ଯୁଯୁମୁରା: କ୍ରେନ୍‌ ଦ୍ୱାରା ପାଣିରୁ ଉଠିବା ପରେ ହାତୀ ନିସ୍ତେଜ ହୋଇଯାଇଛି। ଚିକିତ୍ସକ ଟିମ୍‌ ବହୁ ଉଦ୍ୟମ କରି ମଧ୍ୟ ହାତୀକୁ ବଞ୍ଚାଇ ପାରି ନାହାନ୍ତି। ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ବନାଞ୍ଚଳର ବଡ଼ସାହି ବନ ସେକ୍ସନ ଅଧିନ ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଡିଏଫ୍‌ଓ ବି ନିଲାମ୍ବର ଏହି ସୂଚନା ଦେଇଛନ୍ତି।

ଡିଏଫ୍‌ଓ ଶ୍ରୀ ନିଳାମ୍ବର କହିଛନ୍ତି ଯେ, ପାଣି ଭିତରୁ ଉଦ୍ଧାର କରାଯାଇଥିବା ହାତୀକୁ ବଞ୍ଚାଇବା ପାଇଁ ବନ ବିଭାଗ ବହୁ ଉଦ୍ୟମ କରିଥିଲା। ହାତୀର ଚିକିତ୍ସା ଜାରି ରହିଥିଲା। ଭୁବନେଶ୍ବରରୁ ପ୍ରାଣୀ ଚିକିତ୍ସକମାନେ ଆସି ହାତୀର ଚିକିତ୍ସା ଜାରି ରଖିଥିଲେ। କିନ୍ତୁ ଆଜି ଅପରାହ୍ନରେ ହାତୀ ଶେଷ ନିଃଶ୍ବାସ ଛାଡ଼ିଛି।

ସୂଚନାଯୋଗ୍ୟ, ହାତୀଟି ପାଞ୍ଚ ଦିନ ପାଣିରେ ପଡିବା ପରେ ଆଜି ସକାଳୁ ଉଦ୍ଧାର ହୋଇଥିଲା। ପାଣିରୁ ଉଦ୍ଧାର ହେବା ପୂର୍ବରୁ ହାତୀ କାନ ହଲାଉ ଥିଲା। ଶରୀର ଗତି କରୁଥିଲା। କିନ୍ତୁ ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଚିକିତ୍ସା ପରେ ଚଳାବୁଲା କରୁଥିଲା। ଆଜି ସକାଳୁ ମଧ୍ୟ ହାତୀର ସ୍ବାସ୍ଥ୍ୟାବସ୍ଥା ଠିକ୍‌ଠାକ ଥିଲା। ରିପୋର୍ଟ ଲେଖାଯିବା ବେ‌ଳକୁ ଘଟଣାସ୍ଥଳରେ ଡିଏଫ୍‌ଓ ଶ୍ରୀ ନିଳମ୍ବର, ଏସିଏଫ୍‌ ମଦନଲାଲ ଶର୍ମା, ସମ୍ବଲପୁର ଅଗ୍ନିଶମ ବାହିନୀର କର୍ମଚାରୀ ଅଛନ୍ତି।

Also Read  ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ : ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପିର ରାଲି

LEAVE A REPLY

Please enter your comment!
Please enter your name here