ବଦଳିଲେ ଟ୍ଵିଟର୍ ମାଲିକ; ୪୪ ବିଲିୟନ ଡଲାରରେ ‘ଟ୍ଵିଟର’କୁ କିଣିଲେ ବିଶ୍ୱର ସବୁଠୁ ଧନୀ ବ୍ଯକ୍ତି ଏଲନ ମସ୍କ

0
131
This time you may charge to use Twitter

ମୁମ୍ବଇ: ଟ୍ଵିଟର୍ ମିଳିଲା ନୂଆ ମାଲିକ । ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ କିଣିଲେ ଏଲନ ମସ୍କ । ଟେସ୍‌ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଲଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । ଶୁକ୍ରବାର କମ୍ପାନୀର ଅନେକ ଅଂଶୀଦାରଙ୍କ ସହ ମସ୍କ ଏକ ବ୍ୟକ୍ତିଗତ ବୈଠକ କରିବା ପରେ ଟ୍ଵିଟରର ଆଭିମୁଖ୍ୟ ବଦଳିଥିବା ଜଣାଯାଇଛି।

କିଛିଦିନ ତଳେ ଟ୍ଵିଟର ବୋର୍ଡ ଏଲନ ମସ୍କଙ୍କ ହାତକୁ ଯେଭଳି ନଯିବ, ସେଥିପାଇଁ ପଏଜନ ପିଲ୍‌ ଷ୍ଟ୍ରାଟେଜୀ ଗ୍ରହଣ କରିଥିଲେ । କିନ୍ତୁ ଏଲନ ମସ୍କ ଏହି ପଏଜନ ପିଲକୁ ଦୂର କରିବାର ଉପାୟ ବାହାର କରିଥିଲେ । ଏବଂ କମ୍ପାନୀ ସହ ଡିଲ୍‌ ଚୂଡାନ୍ତ କରିଥିଲେ । ଟ୍ଵିଟର କିଣିବା ପରେ ଏଲନ ମସ୍କ ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଉପରେ କାର୍ଯ୍ୟ କରିବେ । ବାକ୍‌ ସ୍ୱାଧୀନତାର ସେ ଜଣେ ଦୃଢ଼ ସମର୍ଥକ ବୋଲି ମସ୍କ କହିଆସିଥିଲେ । ଟ୍ଵିଟର କିଣିବା ପଛରେ ତାଙ୍କା ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

Also Read  ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍‌ ପହଞ୍ଚିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

LEAVE A REPLY

Please enter your comment!
Please enter your name here