ବିଲ ଭିତରେ ଟ୍ରେନି ଏୟାରକ୍ରାଫ୍ଟର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ, ମହିଳା ପାଇଲଟ୍ ଆହତ

0
426

ପୁନେ : ମହାରାଷ୍ଟ୍ରର ପୁନେରେ ସୋମବାର ବଡ ଧରଣର ଦୁର୍ଘଟଣା। ଏକ ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। କୁହାଯାଉଛି ଯେ, ଦୁର୍ଘଟଣାରେ ଜଣେ ୨୨ ବର୍ଷୀୟ ମହିଳା ପାଇଲଟ୍ ଆହତ ହୋଇଛନ୍ତି। ଏହା ଏକ ଟୁ-ସିଟର ପ୍ଲେନ୍ ଥିଲା। ଏୟାରକ୍ରାଫ୍ଟକୁ ଇନ୍ଦାପୁରରେ ଥିବା ଏକ ବିଲ ଭିତରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ପୁନେ ଡିଷ୍ଟ୍ରିକ୍ଟ ଏସପି ଡକ୍ଟର ଅଭିନବ ଦେଶମୁଖ କହିଛନ୍ତି, ଏହି ଟ୍ରେନି ଏୟାରକ୍ରାଫ୍ଟ Carver Aviation କମ୍ପାନୀର ରହିଛି। ଏହି ଟ୍ରେନି ଏୟାରକ୍ରାପ୍ଟକୁ ୨୨ ବର୍ଷୀୟ ଭାବିକା ରାଠୋଡ ଉଡାଉଥିଲେ। ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ଏକ ଚାଷ ଜମି ଭିତରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ଏହି ସମୟରେ ତାଙ୍କୁ ଆଘାତ ମଧ୍ୟ ଲାଗିଥିଲା। ପରେ ତାଙ୍କୁ ନବଜୀବନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Also Read  କର୍ମଚାରୀଙ୍କୁ ୧୦୦ଟି କାର୍ ଉପହାର ଦେଲା ଚେନ୍ନାଇର ଆଇଟି କମ୍ପାନୀ