ରାଉରକେଲାରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, AK-47 ଜବତ

0
364
Police Inspector Injured In Firing From His Own Service Revolver

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ବଡ଼ ଧରଣର ଏନ୍‌କାଉଣ୍ଟର। ଚାନ୍ଦିପୋଷ ଥାନା ଅଞ୍ଚଳରେ କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କଲା ପୁଲିସ। ଏନକାଉଣ୍ଟରରେ ଜଣେ ହାର୍ଡକୋର ଅପରାଧୀ ଆହତ । ଗୁରୁତର ଅବସ୍ଥାର ଆହତ ଅପରାଧୀକୁ କାବୁ କରିବା ପରେ ଆର୍‌ଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଅପରାଧୀ ହେଲେ ବିଶ୍ବଜିତ ସାହୁ । ତାଙ୍କ ବାମ ଗୋଡରେ ବାଜିଛି ଗୁଳି ।ଏହାସହ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଚାନ୍ଦିପୋଷ ଅଞ୍ଚଳରେ ଦୁଇ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ପୋଲିସ ସହ ସ୍ପେଶାଲ ସ୍କ୍ଵାଡ ପହଞ୍ଚିଥିଲେ । ଅପରାଧୀ ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ସହ ଗୋଟିଏ ପିସ୍ତଲ ୧୫ରୁ ଉର୍ଦ୍ଧ୍ବ ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ଅପରାଧୀ ବ୍ୟବହାର କରୁଥିବା କାର୍ ଜବତ କରଛି ଚାନ୍ଦିପୋଷ ପୋଲିସ।

Also Read  ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବିଜେବି କଲେଜରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ