ଠକେଇ ଅଭିଯୋଗରେ ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ EOW ରେଡ୍

0
193
bail-denied bada-khabar-editor-ardhendu-das-went-to-jail

ଭୁବନେଶ୍ୱର: ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ ଇଓଡବ୍ଲୁ ରେଡ୍ । ୯୨ଲକ୍ଷ ଟଙ୍କା ଠକେଇ ମାମଲାରେ ଇଓଡବ୍ଲୁ ରେଡ କରିଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିଠାରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ ।

ଆଲୋଚନା ପରେ ଗଗନଦୀପ ସିଂହ ଚାବଲା ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ହଜାର ୭୦ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ଯୋଜନା ମୁତାବକ, ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପ ସିଂହ ଚାବଲାଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲା । ବଡ଼ ଖବର ପକ୍ଷରୁ କୀର୍ତ୍ତିକ ଚନ୍ଦନ ରାୟ ଏହାକୁ ଗ୍ରହଣ କରିଥିଲେ । ୬ମାସ ମଧ୍ୟରେ ବାକି ଥିବା ୯୨ଲକ୍ଷ ୪୭ହଜାର ୭୦ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲାଗିଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ହାଜର ହେବାକୁ ୨ ଥର ନୋଟିସ କରିଥିଲା EOW । ହେଲେ ସେ ହାଜର ହୋଇନଥିଲେ । ଆଜି ଭୋରୁ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା EOW । ଚଢ଼ାଉ ବେଳେ ସେ ଘରେ ନଥିଲେ । ସେ ଫେରାର ଥିବା EOW ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ, ସଂପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ କହିବାନୁସାରେ, ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଏକ ବିବୃତି ଦେଇ ସେ କହିଛନ୍ତି, ଚାନେଲ ଆରମ୍ଭ ବେଳେ ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟର ପ୍ରୋପାଇଟର ଗଗନଦୀପ ସିଂ ସବୁ ସାମଗ୍ରୀ କୋରିୟରରେ ଦିଲ୍ଲୀରୁ ପଠାଇଥିଲେ। କିନ୍ତୁ ଅନେକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରସାରଣ ସମ୍ଭବ ହୋଇପାରିନଥିଲା । ଗଗନଦୀପ ନିଜେ ସ୍ୱୀକାର କରିଥିଲେ ଯେ ଏଗୁଡିକ ପୁରୁଣା ଓ ଖରାପ କ୍ୱାଲିଟିର ।

ଏହା ସ୍ୱୀକାର କରି ଏକ କୋଟି ୨୦ ଲକ୍ଷ ଟଙ୍କା ବଦଳରେ ସେ ୭୦ ଲକ୍ଷ ଟଙ୍କାର ସାନି ବିଲ ଦେଇଥିଲେ। ତେବେ ଏହି ରେଟରେ ଆମେ ସନ୍ତୁଷ୍ଟ ହେଲୁନାହିଁ । ଉଭୟ ପକ୍ଷରୁ ନିରପେକ୍ଷ ଲୋକଙ୍କୁ ଡାକି ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦାବିକଲୁ । ଏହା ମଧ୍ୟରେ ସେ ବହୁତ ଦାମୀ ହାର୍ଡଓ୍ବାର ଓ ସଫ୍ଟଓ୍ବାର ଫେରସ୍ତ ନେଇଗଲେ। ଫେରସ୍ତ ନେଇଥିବା ଜିନିଷର ରସିଦ ମଧ୍ୟ ଆମକୁ ଦେଇଛନ୍ତି ।

Also Read  Works of KISS & Achyuta Samanta Appreciated in Parliament

LEAVE A REPLY

Please enter your comment!
Please enter your name here