ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

0
278

ଭୁବନେଶ୍ବର: ସାଇବର ଅପରାଧୀ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ ଖୋଲିଥିବାର ଖବର ମିଳିଛି। ଏହି ଫେକ ଆକାଉଣ୍ଟ ଜରିଆରେ ଡିଜିଙ୍କ ଲିଙ୍କରେ ଥିବା ଲୋକଙ୍କୁ ମେସେଜ କରାଯାଇଥିବା ଜଣାଯାଇଛି। ଏହି ଲିଙ୍କ ପାଇଥିବା ଲୋକ ଡିଜିଙ୍କୁ ଜଣାଇଛନ୍ତି। ହ୍ବାଟସଅପରେ ଫେକ ଆକାଉଣ୍ଟ ନେଇ ଜାଣିବା ପରେ ଅଗ୍ନିଶମ ଡିଜି କ୍ରାଇମବ୍ରାଞ୍ଚ ସାଇବର ଥାନାକୁ ଅବଗତ କରିଛନ୍ତି। ଟଙ୍କା ମାଗିଲେ ନ ଦେବାକୁ ବି ନିବେଦନ କରିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ମେସେଜ କିମ୍ବା କଲ ଆସିଲେ ନିକଟସ୍ଥ ସାଇବର ଥାନାରେ ଅଭିଯୋଗ କରନ୍ତୁ।

Also Read  ଉଚ୍ଚ ନ୍ୟାୟାଳୟରେ ମମିତା ହତ୍ୟା ମାମଲା : ସିବିଆଇ ତଦନ୍ତ ଦାବି........