ରାଜ୍ୟରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ; ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୧୯୬ ଜଣ ପଜିଟିଭ

0
354
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ । ଆଜି ପୁଣି ଉପରମୁହାଁ ହେଲା କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୧୯୬ ଜଣ କରୋନା ପଜିଟିଭ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣ,ସୁନ୍ଦରଗଡ଼ରୁ ୧୭୪ ଜଣ, କଟକରୁ ୧୦୯ ଜଣ, ମୟୂରଭଞ୍ଜରୁ ୧୦୨ ଜଣ, ସମ୍ବଲପୁରରୁ ୭୦ ଜଣ, ସୋନପୁରରୁ ୫୦ ଜଣ, ନୟାଗଡ଼ରୁ ୩୬ ଜଣ, ଝାରସୁଗୁଡ଼ାରୁ ୩୩ ଜଣ,ଯାଜପୁରରୁ ୨୮ ଜଣ, ପୁରୀରୁ ୨୭ ଜଣ, ବାଲେଶ୍ବର ଓ ରାୟଗଡ଼ା ଜିଲ୍ଲାରୁ ୧୯ ଜଣ ଲେଖାଁଏ, ବୌଦ୍ଧରୁ ୧୬ ଜଣ, ବଲାଙ୍ଗୀର ଓ ଜଗତସିଂହପୁର ଜିଲ୍ଲାରୁ ୧୫ ଜଣ ଲେଖାଁଏ, କେନ୍ଦୁଝରରୁ ୧୪ ଜଣ, ବରଗଡ଼, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ ଲେଖାଁଏ, କେନ୍ଦ୍ରାପଡ଼ାରୁ ୧୧ ଜଣ, କୋରାପୁଟରୁ ୯ ଜଣ, ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ୬ ଜଣ ଲେଖାଁଏ, କନ୍ଧମାଳରୁ ୫ ଜଣ, ଅନୁଗୁଳରୁ ୪ ଜଣ, ଦେବଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଁଏ, ଗଞ୍ଜାମରୁ ୨ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Also Read  ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣ ପଜିଟିଭ୍ ଚିହ୍ନଟ