୧୪ ଲକ୍ଷରୁ ଊର୍ଦ୍ଧ୍ୱ ଜାଲ୍‌ ନୋଟ୍‌ ଜବତ କଲା ଏସଟିଏଫ୍, ୨ ଗିରଫ

0
392
fake-notes-seized-from-bargarh-2-arrested

ବରଗଡ଼: ଏସ୍‌ଟିଏଫ୍ ହାତରେ ଧରାପଡ଼ିଲା ଜାଲ ନୋଟ୍ କାରବାର । ବରପାଲି ଥାନା ଅଞ୍ଚଳରୁ ଭାରତୀୟ ମୁଦ୍ରାର ୧୪ ଲକ୍ଷ ୨୯ ହଜାର ୫ଶହ ଜାଲ ନୋଟ ଜବତ କଲା ଏସ୍‌ଟିଏଫ୍ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଗିରଫ ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ ଓ ବଳରାମ ମେହେର।

ଉତ୍ତରପ୍ରଦେଶର ପତ୍ତୁ ଯାଦବ ଏବଂ ବରଗଡ଼ ଅଞ୍ଚଳର ବଳରାମ ମେହେର ଜାଲ ନୋଟ ନେଇ ଯାଉଥିବା ବେଳେ ଏସଟିଏଫ ଖବର ପାଇ ଚଢାଉ କରିଥିଲା। ସେମାନଙ୍କ ଠାରୁ ଜାଲ ନୋଟ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା ଏସଟିଏଫ । ଏସ୍ ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ଏ ନେଇ ସୂଚନା ଦେଇଛନ୍ତି।

Also Read  Employess of Coop Sugar Mill in Bargarh, Odisha stage dharna upon death of employee during work