ପୁଅକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ବାପା

0
467
murder for property

ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହାନି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ବାପା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡାରେ । ଘଟଣାସ୍ଥଳରେ ନୂଆପଡ଼ା ଏସଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଗତକାଲି ବାପା ପୁଅ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଗଣ୍ଡ ଗୋଳ ହୋଇଥିଲା । ଏଥିରେ ବାପା ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପୁଅର ମୃତ୍ୟୁ ପରେ ବାପା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ମୃତକ ବାପା ହେଲେ ନକୁଳ ରାଉତ(୫୫) ଓ ପୁଅ ସବିତ ରାଉତ(୩୫) । ଏବେ ଘଟଣା ସ୍ଥଳରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ନିକଟ ଫୋକଟ ପଡାରେ ୧୪ବର୍ଷ ତଳେ ଗାଁର ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମ ବିବାହ କରିଥିଲା ନକୁଳ ରାଉତଙ୍କ ପୁଅ ସବିତ ରାଉତ । ଯାହାକୁ ବାପା ନକୁଳ ବିରୋଧ କରିଥିଲା । ସେହିଦିନଠାରୁ ବାପ-ପୁଅ ମଧ୍ୟରେ ସମ୍ପର୍କ ଠିକ୍ ଠାକ୍ ନଥିବା ବେଳେ ପ୍ରାୟ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା । ଗୁରୁବାର ରାତିରେ ଘରେ ମଦ-ମାଂସ ହେବା ସହ ଭୋଜିର ଆସର ଜମିଥିଲା । ପରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବା ପରେ ଉତ୍ତ୍ୟକ୍ତ ହୋଇ ନକୁଳଙ୍କ ପୁଅ ସବିତର ମୁଣ୍ଡକୁ ଟାଙ୍ଗିଆ ଆକ୍ରମଣ କରିଥିଲେ । ଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ସବିତ ଆଖି ବୁଜିଦେଇଥିଲେ। ଏହା ଦେଖି ନିଜ ହିତାହିତ ଜ୍ଞାନ ଭୁଲି ବାପା ନକୁଳ ନିଜ ଘରେ ବେକରେ ଏକ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ଖବର ପାଇ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Also Read  Mahanadi cum Polavaram: Odisha CM begins signature drive today in Cuttack, Odisha