ମହାରାଷ୍ଟ୍ରରେ ମହାନାଟକ: ଦମ୍ଭ ଦେଖାଇଲେ ଶରଦ ପାୱାର; କହିଲେ ବିଧାନସଭାରେ ହେବ ବହୁମତ ନିଷ୍ପତ୍ତି

0
152
Sharad Pawar To Continue As NCP Chief; Takes Back His Resignation
Sharad Pawar To Continue As NCP Chief; Takes Back His Resignation

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ରୋଚକ ମୋଡ଼ରେ ମହାରାଷ୍ଟ୍ରର ରାଜନୀତି। ଘଡ଼ିକେ ଘୋଡ଼ା ଛୁଟୁଛି। ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିଦ୍ରୋହରେ ମହାରାଷ୍ଟ୍ରରେ ନୂତନ ରାଜନୈତିକ ସଙ୍କଟ ସୃଷ୍ଟି କରିଛି। କ୍ଷମତାସୀନ ମହାବିକାଶ ଅଘାଡି ମେଣ୍ଟ ସରକାର ଉପରେ ସଙ୍କଟର କଳାବାଦଲ ଛାଇ ରହିଛି। ଏପରି ଏକ ସମ୍ବେଦନଶୀଳ ସ୍ଥିତିରେ ବି ଦମ୍ଭ ଦେଖାଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଏମଭିଏ ସରକାର ରାଜ୍ୟରେ କ୍ଷମତା ବଜାୟୀ ରଖିବ ଓ ଆସ୍ଥା ଭୋଟ ବେଳେ କାହା ପାଖରେ ସଂଖ୍ୟା ଗରିଷ୍ଠତା ରହିଛି, ତାହା ଜଣାପଡ଼ିବ ବୋଲି ଶ୍ରୀ ପାୱାର କହିଛନ୍ତି। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନଙ୍କୁ ବହୁମୂଲ୍ୟ ଭୋଗିବାକୁ ପଡିବ। ଗୁରୁବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ପାଓ୍ଵାର କହିଛନ୍ତି, ଉଦ୍ଧବ ସରକାରଙ୍କ ପାଖରେ ବହୁମତ ରହିଛି ଏବଂ ଏନସିପିର ପୂରା ସମର୍ଥନ ରହିଛି।

ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି କି “ସମସ୍ତେ ଜାଣିଛନ୍ତି ଯେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ କେଉଁଭଳି ଭାବେ ପ୍ରଥମେ ଗୁଜରାଟ ପରେ ଆସାମ ନିଆଯାଇଛି। ସେମାନଙ୍କୁ କେଉଁମାନେ ଯିବାରେ ସହଯୋଗ କରିଛନ୍ତି, ସେମାନଙ୍କ ନାଁ ନେବାର ଆବଶ୍ୟକ ନାହିଁ। ବିଦ୍ରୋହୀ ବିଧାୟକମାନଙ୍କୁ ଆସାମ ସରକାର ସହାୟତା କରୁଛନ୍ତି। ଏହା ଛଡ଼ା ମୁଁ କାହାର ନାଁ ନେବାକୁ ଚାହୁଁନି। ତେବେ ଆସ୍ଥା ଭୋଟ ପ୍ରମାଣିତ କରିବ, କାହା ପାଖରେ ସଂଖ୍ୟା ଗରିଷ୍ଠତା ରହିଛି।

ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ମୁମ୍ବାଇ ଆସିବାକୁ ପଡ଼ିବ। ଯଦି ଏମଭିଏ ସରକାର ସଂଖ୍ୟାଲଘୁ ହୋଇଛନ୍ତି, ତା’ହେଲେ ସେମାନେ ବିଧାନସଭାକୁ ଆସି ପ୍ରମାଣ କରନ୍ତୁ। ସେମାନେ ଥରେ ବିଧାନସଭାକୁ ଆସିଲେ, ସେମାନଙ୍କୁ କିଏ ସହଯୋଗ କରିବ? କ’ଣ ଗୁଜରାଟ ଓ ଆସାମର ବିଜେପି ନେତାମାନେ ସେମାନଙ୍କୁ ସହାୟତା କରିବାକୁ ବିଧାନସଭାକୁ ଆସିବେ?”

Also Read  ବାସ୍ତୁ ଟିପ୍ସ: ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଘରର ଏହି ଦିଗରେ ଲଗାନ୍ତୁ ମନି ପ୍ଲାଣ୍ଟ

LEAVE A REPLY

Please enter your comment!
Please enter your name here