ଇଜିପ୍ଟର ରାଜଧାନୀ କାଇରୋର ଏକ ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ, ୪୧ ମୃତ

0
207
fire-broke-out-in-a-church-in-egypt-41 died

ନୂଆଦିଲ୍ଲୀ: ଇଜିପ୍ଟର ରାଜଧାନୀ କାଇରୋରେ ଅଘଟଣ ପ୍ରାର୍ଥନା କରିବାବେଳେ ଏକ ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜୀବନ୍ତ ଜଳିଗଲେ ୪୧ ଶ୍ରଦ୍ଧାଳୁ। ଏଥସହ ଅନେକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଇଜିପ୍ଟର ରାଜଧାନୀ କାଇରୋରେ ଥିବା ଅବୁ ସେଫିନ ଚର୍ଚ୍ଚରେ ଲୋକେ ପ୍ରାର୍ଥନା ପାଇଁ ଭିଡ ଜମାଇଥିଲେ। ଏହି ସମୟରେ କୌଣସି କାରଣବଶତଃ ଚର୍ଚ୍ଚ ଭିତରେ ନିଆଁ ଲାଗିଯାଇଥିଲା। ଧୂଆଁମୟ ହୋଇଯାଇଥିଲା ପୂରା ଚର୍ଚ୍ଚ ପରିସର। ଏହା ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। ଜୀବନ ବିକଳରେ ଦୌଡିବାକୁ ଲାଗିଥିଲେ। ନିଆଁରୁ ବର୍ତ୍ତିବା ପାଇଁ ଚେଷ୍ଟା କରିବାକୁ ଯାଇ ଅନେକ ଲୋକେ ବିଲ୍ଡିଂ ଉପରୁ ତଳକୁ ଡେଇଁ ପଡିଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଅଣ ନିଶ୍ୱାସ ହେବା ଯୋଗୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି। ନିଆଁ ଲାଗି ପାଖାପାଖି ୧୬ ଜଣ ଆହତ ହୋଇଛି। ଏଥିରେ ୪ ଜଣ ପୁଲିସକର୍ମୀ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ମୃତକଙ୍କ ମଧ୍ୟରେ ୧୫ ଜଣ ଛୋଟ ଛୁଆ ସାମିଲ ଅଛନ୍ତି।

ପୁଲସର କହିବା ମୁତାବକ, କେଉଁ କାରଣରୁ ଚର୍ଚ୍ଚ ଭିତରେ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ୧୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also Read  ଶ୍ରୀମନ୍ଦିର ପରିକ୍ରମା କଣ ଜାଣନ୍ତୁ ?..... ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୦୦ କୋଟି

LEAVE A REPLY

Please enter your comment!
Please enter your name here