ଭୁବନେଶ୍ୱର : ବର୍ଷ ୨୦୨୨-୨୩ ପାଇଁ ଓଡ଼ିଶା ବିଧାନସଭାରେ ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ଚଳିତ ବଜେଟ୍ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର। ଏଥିରେ କୃଷି ପାଇଁ ମୋଟ ୨୧ ହଜାର ୧୬୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଆଗତ ହୋଇଛି ।
MGNREGA ଯୋଜନା ଅଧିନରେ ବ୍ୟାପକ ଭାବେ କୃଷି , ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ପଶୁ ପାଳନ ସମ୍ୱନ୍ଧୀୟ କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରି ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି ।
-ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମରେ ୩୧୨ କୋଟି ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରହିଛି । ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ ହୋଇଛି ।
-୨୦୨୨-୨୩ ଆର୍ଥିକ ବର୍ଷରେ ‘କୁକୁଡ଼ା ଚାଷ ବିକାଶ’ ଅଧିନରେ ୧ ଶହ ୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
-କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
-କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟ ବରାଦ ହୋଇଛି ।
-ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟ ବରାଦ ହୋଇଛି ।
-କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
-ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା
-୧୨, ୫୦୦ ନଳକୂପ ଖନନ ହେବ ଓ ଏଥିପାଇଁ ବ୍ୟୟବରାଦ ୪୦୦ କୋଟି ଟଙ୍କା ହୋଇଛି ।
-ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
-ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।
-ଏହା ବ୍ୟତୀତ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନା ଅଧିନରେ ୧ହଜାର ୫ଶହ ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟ ସ୍ଥାପନ ପାଇଁ ୪ଶହ ୨୨କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
-ସମବାୟ ସଂସ୍ଥାଗୁଡିକୁ ଆର୍ଥିକ ସହାୟତା ପାଇଁ ୩୭ କୋଟି ଟଙ୍କା ।
-ସଘନ ଓ ଆଭ୍ୟନ୍ତରୀଣ ମାଛ ଚାଷ ପାଇଁ ୧୮୨ କୋଟି ଟଙ୍କା ।
-ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୦,୭୫୯ କୋଟି ଟଙ୍କା ।
-ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୨ କୋଟି
-ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ପାଇଁ ୯୬୮ କୋଟି ଟଙ୍କାର ବ୍ୟୟ ବରାଦ ।
-ଜଳନିଧି ଯୋଜନା ପାଇଁ ୨୩୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।