ବାରବାଟୀ ମ୍ୟାଚ୍ ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ଆର୍‌ଆଣ୍ଡ୍‌ବି ପକାଇଲା ମାଟି

0
216

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି/୨୦ ମ୍ୟାଚ୍ ପାଇଁ କଟକ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇଛି। ବାଲିଯାତ୍ରା ତଳ ପଡିଆରେ ନିର୍ମାଣ ହେବାକୁ ଥିବା ୪ଟି ପାର୍କିଂ ଜୋନ୍ ପାଇଁ ହୋଇଥିବା ଟେଣ୍ଡର ଖୋଲାଯାଇ ୪ଜଣ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଛି। ଆଜିଠାରୁ ବାଲିଯାତ୍ରା ପଡିଆରେ ବାଲି ଉପରେ ମାଟି ପକା କାମ ଆରମ୍ଭ ହୋଇଛି। ତେବେ ବାଲି ଉପରେ ମାଟି ପକାଇବା ପାଇଁ କଟକ ପୂର୍ତ୍ତ ବିଭାଗ ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ମ୍ୟାଚ୍ ପୂର୍ବରୁ ଏହି କାମ ସାରିବାକୁ ନିର୍ଦ୍ଦେଶ ରହିଛି। ଅର୍ଥାତ ଆସନ୍ତା ୧୨ ତାରିଖ ପୂର୍ବରୁ ଏହାର କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓସିଏ ମ୍ୟାଚ ପାଇଁ ସରକାର କାହିଁକି ୨ କୋଟି ଟଙ୍କା ଖର୍ଚ୍ଚ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପଟେ ବାଲି ଉପରେ ମାଟି ପକାଇବାର ପରିକଳ୍ପନାକୁ ନେଇ ସ‌ମାଲୋଚନା ଆରମ୍ଭ ହୋଇଯାଇଛି। ଆଗକୁ ବର୍ଷା ଥିବାରୁ ବାଲି ଉପରେ ପଡିଥିବା ଏ ମାଟି ରହିବ ନାହିଁ। ଅସରାଏ ବର୍ଷା ହେଲେ ଏ ମାଟି ଧୋଇଯିବାର ଆଶଙ୍କା ରହିଛି। ଓଡ଼ିଶା କ୍ରିକେଟ ଆସୋସିଏନ( ଓସିଏ)ଏକ ଲାଭଜନକ ସଂସ୍ଥା ହୋଇଥିବା ବେଳେ ପାର୍କିଂ ପାଇଁ ଓସିଏ ଟଙ୍କା ଖର୍ଚ୍ଚ ନ କରି ସରକାର କାହିଁକି ୨ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ ଉଠୁଛି। ଅଧୀକ୍ଷଣ ଯନ୍ତ୍ରୀ କଟକ (ଆର ଆଣ୍ଡ ବି)-୧ ପକ୍ଷରୁ ଟେଣ୍ଡର ଆହ୍ବାନ କରି ଏହି କାର୍ଯ୍ୟ କରାଯାଉଛି।

Also Read  ଆଜିଠାରୁ ଆଇପିଏଲ୍‌-୧୫

LEAVE A REPLY

Please enter your comment!
Please enter your name here