ବରିଷ୍ଠ ନେତା ତଥା କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ନାୟକଙ୍କ ପରଲୋକ

0
414
former-mp-subash-nayak-passes-away-

କଳାହାଣ୍ଡି: କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ । ଭବାନୀପାଟଣା ସ୍ଥିତ ବାସଭବନରେ ୭୦ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ରବିବାର ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । କଳାହାଣ୍ଡିର ଲୋକସଭା ସଦସ୍ୟ ଭାବେ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ। ସଂସଦ ଭବନରେ ପ୍ରଥମ ଦିନ ହିଁ ସେ ପାହାଚରେ ମୁଣ୍ଡିଆ ମାରି ସଂସଦକୁ ମନ୍ଦିର ବୋଲି ବର୍ଣ୍ଣନା କରି ବେଶ ଚର୍ଚ୍ଚିତ ହୋଇଥିଲେ। ସେ ଜଣେ ହସ୍ପିଟାଲ କର୍ମଚାରୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରି ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ପ୍ରିଣ୍ଟିଂ ପ୍ରେସ କରିଥିଲେ। ସେ ପୂର୍ବରୁ କର୍ମଚାରୀ ସଂଘର ସମ୍ପାଦକ ରହି କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ। ହସ୍ପିଟାଲ କର୍ମଚାରୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରି ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ପ୍ରିଣ୍ଟିଂଗ ପ୍ରେସ କରିଥିଲେ। ସେ ପୂର୍ବରୁ କର୍ମଚାରୀ ସଂଘର ସମ୍ପାଦକ ରହି କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ।

Also Read  ଅନୈତିକ ପ୍ରେମ ପାଇଁ ସ୍ବାମୀକୁ ଜୀବନ୍ତ ଅବସ୍ଥାରେ ନାଳରେ ଭସେଇଦେଲା ପତ୍ନୀ