ଭାରତରେ ତୈଳଦର କମିବା ପରେ ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇମ୍ରାନ୍‌ ଖାନ୍‌

0
597
former-pakistan-pm imran-khan-praised-the-modi-government

ଇସଲାମାବାଦ: ଭାରତକୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଆଶ୍ଚର୍ଯ୍ୟପୂର୍ଣ୍ଣ କଥା ହେଲା ଯେଉଁ ଭାରତକୁ ଦିନେ ସମାଲୋଚନା କରୁଥିଲେ ଏବେ ଗାଦି ଯିବା ପରେ ଇମ୍ରାନ୍‌ ସେହି ଭାରତକୁ ପ୍ରଶଂସାରେ ପୋତି ପକାଉଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଦର ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଭାରତ ସରକାରଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ପାକ ପ୍ରଧାନମନ୍ତ୍ରୀ। ରୁଷ ଠାରୁ ଭାରତର ଶସ୍ତାରେ ତେଲ କିଣିବା ନିଷ୍ପତ୍ତିକୁ ଇମ୍ରାନ ସ୍ୱାଗତ କରିଛନ୍ତି।

ଟ୍ୱିଟ୍‌ କରି ଇମ୍ରାନ ଖାନ ଲେଖିଛନ୍ତି କି, ‘ଭାରତ ସ୍କ୍ୱାର୍ଡ ଦେଶର ସଦସ୍ୟ ହୋଇବି ଆମେରିକାର ଚାପକୁ ଖାତିର ନ କରି ତା’ ନାଗରିକଙ୍କୁ ମହଙ୍ଗାମାଡ଼ରୁ ମୁକ୍ତି ଦେବାକୁ ରୁଷ ଠାରୁ ରିହାତି ଦରରେ ତୈଳ କିଣିଲା। ଆମ ସରକାର ବି ସ୍ୱାଧୀନ ବୈଦେଶିକ ନୀତି ଆପଣାଇ ଏପରି କରିବାକୁ ଚାହୁଁଥିଲା’ । ଏହା ସହିତ କ୍ଷମତାରେ ଥିବା ପାକିସ୍ତାନ ମୁସଲିମ ଲିଗ୍‌ (ଏନ୍)କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି । ସେ ପାକିସ୍ତାନ ମୁସଲିଗ ଲିଗ୍‌(ଏନ୍‌) ସରକାରଙ୍କୁ ‘ମୁଣ୍ଡବିହୀନ କୁକୁଡ଼ା ପରି ଅର୍ଥନୀତି’ ପାଇଁ ନିନ୍ଦା କରିଛନ୍ତି। ଅର୍ଥନୀତିକୁ ବିଶୃଙ୍ଖଳିତ କରି ଭୀତତ୍ରସ୍ତ ଓ ନିର୍ବିଚାର ଭାବେ ଅଯଥା କାର୍ଯ୍ୟରେ ମାତିଥିବା କହିଛନ୍ତି ଇମ୍ରାନ।

Also Read  Govt bans manufacture, sale of 35 fixed-dose combination drugs