![On Tuesday night, while taking a bath in the Kuakhai River, two young people drowned and two others went missing. On Tuesday night, while taking a bath in the Kuakhai River, two young people drowned](https://reportodisha.com/wp-content/uploads/2016/10/drowning-2-1068x601-e1683121311218-696x392.jpg)
ରାଉରକେଲା: କୋଏଲ ନଦୀରେ ବୁଡିଗଲେ ୪ ନାବାଳକ । ପମ୍ପ ହାଉସ ଘାଟରେ ଏପରି ଅଘଟଣ ଘଟିଥିବା ବେଳେ ୪ ନାବାଳକ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି । ଆଜି ୩ଟାରେ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଏପରି ଅଘଟଣ । ନଦୀରେ ବୁଡି ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୁତ୍ୟୁ ହୋଇଥିବା ବେଳେ ଆଉ ୨ଭାଇ ବର୍ତ୍ତମାନ ନିଖୋଜ ରହିଛନ୍ତି । ମୃତକ ଦୁଇ ଭାଇ ଋଷୀ ସାହୁ(୧୧ ବର୍ଷ) ଏବଂ ଆୟୁସ ସାହୁ (୧୪ ବର୍ଷ) ବୋଲି ଜଣାପଡ଼ିଛି । ଅନ୍ୟପଟେ ନିଖୋଜ ହୋଇଯାଇଥିବା ଭାଇ ହେଲେ କୁନାଲ ସାହୁ (୧୩ ବର୍ଷ) ଏବଂ କୌଶଳ ସାହୁ (୧୭ ବର୍ଷ) । ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ଉଦ୍ୟମ ଜାରି ରଖିଛନ୍ତି ।