ଦିବଂଗତ ଫଟୋ ସାମ୍ବାଦିକ ଡାନିଶ୍ ସିଦ୍ଦିକିଙ୍କ ସମେତ ଚାରି ଭାରତୀୟଙ୍କୁ ପୁଲିତଜର ପୁରସ୍କାର

0
451
four indian-journalist-honoured-with-prestigious-pulitzer-prize

ନୂଆଦିଲ୍ଲୀ: ସାମ୍ବାଦିକତା କ୍ଷେତ୍ରରେ ସବୁଠାରୁ ବଡ଼ ସମ୍ମାନ ପୁଲିତଜର ପୁରସ୍କାର ୨୦୨୨ ଘୋଷଣା ହୋଇଛି । ଭାରତରେ କରୋନାର ଦ୍ବିତୀୟ ଲହର ସମୟରେ ହୃଦୟ ବିଦାରକ ଦୃଶ୍ୟ ନିଜ କ୍ୟାମେରାରେ କଏଦ୍ କରିଥିବା ଦିବଂଗତ ଡାନିଶ୍ ସିଦ୍ଦିକିଙ୍କ ସମେତ ଚାରି ଜଣ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ଏଥର ଏହି ସମ୍ମାନ ପ୍ରଦାନ କରାଯାଇଛି।

ଚଳିତ ବର୍ଷର ପୁଲିତଜର ବିଜେତା ତାଲିକାରେ ଚାରିଜଣ ରଏଟର୍ସ ଫଟୋଗ୍ରାଫର ସାମ୍ବାଦିକ ଡାନିଶ୍ ସିଦ୍ଦିକି, ଅମିତ ଦବେ, ଅଦନନ୍ ଆବିଦି ଏବଂ ସାନା ଇରଶାଦ ମଟ୍ଟୁଙ୍କୁ ସ୍ଥାନ ଦିଆଯାଇଛି। ଭାରତରେ କରୋନା ମହାମାରୀ ସମୟର ଫଟୋଗ୍ରାଫ୍ ପାଇଁ ଏହି ସମସ୍ତ ସାମ୍ବାଦିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି |

ଗତ ବର୍ଷ ଜୁଲାଇ ୧୬ରେ ଆଫଗାନିସ୍ତାନରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏବଂ ତାଲିବାନ ମଧ୍ୟରେ ସଂଘର୍ଷର କଭରେଜ୍ ବେଳେ ଡାନିଶ୍ ସିଦ୍ଦିକିଙ୍କର ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ୨୦୧୮ ରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ସଙ୍କଟ ଉପରେ ଫଟୋଗ୍ରାଫି ପାଇଁ ମଧ୍ୟ ଡାନିଶ୍ ସିଦ୍ଦିକିଙ୍କୁ ପୁଲିତଜର ପୁରସ୍କାର ମିଳିଥିଲା।

ଏହା ବ୍ୟତୀତ, ୟୁକ୍ରେନ ସାମ୍ବାଦିକମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ କାମ କରିବା ପାଇଁ ପୁଲିତଜର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି । ଏହାଛଡ଼ା ଗତ ବର୍ଷ ଜାନୁଆରୀ ୬ ରେ ଆମେରିକାର କ୍ୟାପିଟାଲ ହିଲ ଆକ୍ରମଣ ଏବଂ ଆଫଗାନିସ୍ତାନରେ ତାଲିବାନକୁ କ୍ଷମତାକୁ ଫେରିବା ଘଟଣାର ସାମ୍ବାଦିକମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଇଥିଲା।

Also Read  FIR against Kamra for 'defamatory' remarks on Shinde; 40 Shiv Sainiks booked for vandalism