କୋରାପୁଟର ଭେଜା ନିକଟରେ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ଟି ବଗି

0
407
goods-train-derail-in-koraput

କୋରାପୁଟ: ଏକ ମାଲ୍‌ବାହୀ ଟ୍ରେନ୍ କୋରାପୁଟ ଜିଲ୍ଲା ଭେଜା ନିକଟରେ ଗତକାଲି ବିଳମ୍ବିତ ରାତିରେ ଲାଇନଚ୍ୟୁତ ହୋଇଛି। ରାତି ପ୍ରାୟ ୩ଟା ବେଳେ କିରଣ୍ଡୁଲରୁ ଏକ ଲୁହା ପଥର ବୋଝେଇ ଟ୍ରେନ୍ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ କୋରାପୁଟ ଷ୍ଟେସନଠାରୁ ୨୫ କି.ମି ଦୂର ଭେଜା ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରାକ୍‌ରୁ ମାଲ୍‌ବାହୀ ଟ୍ରେନ୍ ର ୬ଟି ବଗି ଖସି ଯାଇଛି। ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି। ବିଶାଖାପାଟଣା-କୋରାପୁଟ-କିରଣ୍ଡୁଲ ଓ କିରଣ୍ଡୁଲ-କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ରିଲିଫ୍ ଟ୍ରେନ୍ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛି ।

Also Read  ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ଭବିଷ୍ୟତ: ମୁଖ୍ୟମନ୍ତ୍ରୀ