ୟୁକ୍ରେନ ପ୍ରସଙ୍ଗରେ ଫ୍ରାନ୍ସର ପରାମର୍ଶ: ଭାରତ ନିଜ ଆଭିମଖ୍ୟ ସ୍ପଷ୍ଟ କରୁ

0
528
France's advice to india on Ukraine-Russia War

ନୂଆଦିଲ୍ଲୀ: ରୁଷିଆ-ଯୁକ୍ରେନ ଯୁଦ୍ଧକୁ ନେଇ ଏବେ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ରୁଷ ବିରୋଧରେ ଶକ୍ତ ପଦକ୍ଷେପ ନେଇଛନ୍ତି। ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ସେଠାରେ ମାନବ ସଙ୍କଟ ସୃଷ୍ଟି କରିଛି । ତେଣୁ ଭାରତ ଭଳି ଏକ ମହତ୍ତ୍ୱପୂର୍ଣ ଦେଶ ଏହି ସମସ୍ୟାକୁ ନେଇ ନିଜ ଆଭିମୁଖ୍ୟ ସୃଷ୍ଟ କରୁ ବୋଲି ଫ୍ରାନ୍ସ କହିଛି। ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନିନ କହିଛନ୍ତି ଯେ ରୁଷିଆର ଆକ୍ରମଣକୁ ନେଇ ଭାରତ ଏଯାବତ ନିନ୍ଦା ମଧ୍ୟ କରିନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଜାତିସଂଘରେ ୟୁକ୍ରେନ ପ୍ରସଙ୍ଗରେ ହୋଇଥିବା ୬ଟି ବୈଠକରେ ଭାରତ ଦୂରତା ଅବଲମ୍ବନ କରିଛି। ଏହିସବୁ ବୈଠକରେ ଅଣାଯାଇଥିବା ପ୍ରସ୍ତାବକୁ ନେଇ ଭାରତ ଭୋଟଦାନରୁ ବିରତ ରହିଆସିଛି।

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଭୂମିକା ଯଥେଷ୍ଟ ରହିଥିଲେ ହେଁ ଭୋଟଦାନରୁ ବିରତ ରହିଛି। କୌଣସି ରାଷ୍ଟ୍ରର ସାର୍ବଭୌମତ୍ବ ଏବଂ ଆନ୍ତର୍ଜାତିକ ଆଇନ ବ୍ୟବସ୍ଥାକୁ ସମ୍ମାନ ଦେବା ଲାଗି ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଗୁରୁତ୍ବ ଦେଇଥିଲା ବେଳେ ୟୁକ୍ରେନ ପ୍ରସଙ୍ଗରେ ମୁହଁ ନଖୋଲିବା ଅନ୍ୟ ରାଷ୍ଟ୍ରମାନଙ୍କୁ ଚିନ୍ତିତ କରିଛି ବୋଲି ଲେନିନ କହିଛନ୍ତି। ରୁଷିଆ ବିରୋଧରେ ଆର୍ଥିକ କଟକଣାକୁ ଫ୍ରାନ୍ସ ସମର୍ଥନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ ୧୧ଥର ଆଲୋଚନା କରିଛନ୍ତି। ଏହାଦ୍ବାରା ରୁଷ ଉପରେ ଚାପ ସୃଷ୍ଟି କରାଯାଇପାରିବ । ତେଣୁ ଏହିକ୍ରମରେ ଭାରତ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ଲେନିନ କହିଛନ୍ତି।

Also Read  Focus on BJP central leadership over next course of action in Manipur