ମୌସୁମୀ ଛୁଇଁବା ପରଠାରୁ ରାଜ୍ୟରେ ସ୍ୱାଭାବିକ ବର୍ଷା, ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା ଆଶଙ୍କା

0
457
Odisha Triggers Its Preparation To Face Cyclonic Storm 'Montha'
Odisha Triggers Its Preparation To Face Cyclonic Storm 'Montha'

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।। ୧୬ ଜୁନ୍‌ରେ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି। ଆଜିଠାରୁ ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ସକ୍ରିୟ ହେବ ମୌସୁମୀ ଜନିତ ବର୍ଷା।

ଜୁନ୍ ୧୫ରୁ ୨୫ ତାରିଖ ଯାଏଁ ରାଜ୍ୟରେ ୯୮ ଦଶମିକ ୩ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି । ଯାହା ପରିଧି ସମୟ ମଧ୍ୟରେ ରାଜ୍ୟର ସ୍ୱାଭାବିକ ବର୍ଷା ୯୪ ଦଶମିକ ୭ ପ୍ରତିଶତ ତୁଳନାରେ ପାଖାପାଖି ୪ ପ୍ରତିଶତ ଅଧିକ । ଅର୍ଥାତ୍ ଜୁନ୍ ୧୬ ତାରିଖରେ ରାଜ୍ୟରେ ମୌସୁମୀ ଛୁଇଁବା ପରଠାରୁ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି । ଆଜି ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଓ ଏହାର ଆଖପାଖ ଅ଼ଞ୍ଚଳରେ ପାଗ ମେଘୁଆ ରହିବ।

Also Read  ରାଜଧାନୀରେ ମାତିଲେ ATM ଲୁଟେରା: ଏଟିଏମ୍‌କୁ ଘୋଷାଡି଼ ଘୋଷାଡି଼ ନେଇଗଲେ ଦୁର୍ବୃତ୍ତ