ଲଘୁଚାପ ପ୍ରଭାବରେ ଟ୍ଵିନ ସିଟି ସମେତ ଉପକୂଳରେ ଲାଗିରହିଛି ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

0
403
Heavy Rains Predicted In Odisha: SRC Asks Collectors Remain Prepared
Heavy Rains Predicted In Odisha: SRC Asks Collectors Remain Prepared

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ଘୂଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି । ଲଘୁଚାପ ପ୍ରଭାବରେ ସକାଳ ୪ଟାରୁ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଲାଗିରହିଛି ଭୀଷଣ ବର୍ଷା । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇଛି । ଏହାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି ।

ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ । ୧୯ ତାରିଖରୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Also Read  Passenger Train Catches Fire in Bhadrak

LEAVE A REPLY

Please enter your comment!
Please enter your name here