ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଜୁନ୍ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମୁଖ୍ୟତଃ ମେଘୁଆ ରହିବ। ସେପଟେ ଜୁନ୍ ୧୪ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର ହାରାହାରି ବର୍ଷା ୧୪.୧ ମିଲିମିଟର ରହିଥିଲା। ଯାହାକି ସ୍ୱାଭାବିକ ବର୍ଷାଠାରୁ ୮୦ ପ୍ରତିଶତ ନିଅଣ୍ଟିଆ ରହିଥିଲା। ୭ ଦିନରେ ୪୨ ପ୍ରତିଶତ ନିଅଣ୍ଟିିଆ ବର୍ଷା ଭରଣା ହୋଇଛି ।