ମହାରାଷ୍ଟ୍ରରେ ମହାନାଟକ : ସିନ୍ଦେ କ୍ୟାମ୍ପରେ ଶିବସେନାର ଆଉ ତିନି ବିଧାୟକ

0
128
uddhav-thackeray's statement on maharashtra political crisis

News Room Odisha – Latest Odisha News, Breaking News Live, Odisha Current Headlines
ମହାରାଷ୍ଟ୍ର ସଙ୍କଟ: ସିନ୍ଦେ କ୍ୟାମ୍ପରେ ଶିବସେନାର ଆଉ ତିନି ବିଧାୟକ
ମହାରାଷ୍ଟ୍ର ସଙ୍କଟ: ସିନ୍ଦେ କ୍ୟାମ୍ପରେ ଶିବସେନାର ଆଉ ତିନି ବିଧାୟକ
By Newsroom Odisha Network on June 23, 2022
ମୁମ୍ବାଇ: ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକରେ କେବଳ ମୁଖ୍ୟମନ୍ତ୍ରୀ ଚୌକି ନୁହେଁ ବରଂ ପୁରା ଶିବସେନା ଦଳର ନେତୃତ୍ବ ମଧ୍ୟ ହରାଇବାକୁ ଯାଉଛନ୍ତି । ତାଙ୍କ ପାଖରୁ ଜଣକ ପରେ ଜଣେ ବିଧାୟକ ଦୂରେଇବାରେ ଲାଗିଛନ୍ତି । ଉଦ୍ଧବ ଏବେ ଏକଘରିକିଆ ହେବାରେ ଲାଗିଛନ୍ତି । ଗୁରୁବାର ଆଉ ତିନି ଜଣ ବିଧାୟକ ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଏହି ତିନି ଶିବସେନା ବିଧାୟକ ଗୁଆହାଟୀର ରେଡିସନ୍ ବ୍ଲୁ ହୋଟେଲରେ ପହଞ୍ଚିଛନ୍ତି। ଏହାପୂର୍ବରୁ ବୁଧବାର ରାତିରେ ଚାରିଜଣ ବିଦ୍ରୋହୀ ବିଧାୟକ ହୋଟେଲରେ ପହଞ୍ଚିଥିଲେ। ସେପଟେ ଏକନାଥ ସିନ୍ଦେଙ୍କ ସମର୍ଥନରେ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ଠାକରେଙ୍କ ଇସ୍ତଫା ପ୍ରସ୍ତାବ ପରେ ତାଙ୍କ ସମର୍ଥକମାନେ ତାଙ୍କ ସହ ଠିଆ ହେବେ ବୋଲି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ସମର୍ଥନରେ ମୁମ୍ବାଇରେ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ଏକନାଥ ସିନ୍ଦେ ଏବଂ ବାଲ ଠାକରେଙ୍କ ଫଟୋ ରହିଛି। ଏଥିରେ ଲେଖାଅଛି, ‘ଆଗକୁ ବଢ ସାର୍, ଆମେ ଆପଣଙ୍କ ସହିତ ଅଛୁ।’

ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ସହରାଞ୍ଚଳ ବିକାଶ ଏବଂ ଜନସମ୍ପର୍କ ମନ୍ତ୍ରୀ ଏକନାଥ ସିନ୍ଦେ ବର୍ତ୍ତମାନ ଗୁଆହାଟୀର ଅଛନ୍ତି । ଏବଂ ତାଙ୍କ ସହ ମୋଟ ୪୬ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ଉଦ୍ଧବ ସରକାର ଉପରେ ସଙ୍କଟର ବାଦଲ ଘୂରି ବୁଲୁଛି ।

Also Read  ମହାକାଶକୁ ଉତ୍‌କ୍ଷେପଣ ହେବା ପରେ ‘ଇସ୍ରୋ’ର କ୍ଷୁଦ୍ରତମ ରକେଟ୍‌ରେ ତ୍ରୁଟି

LEAVE A REPLY

Please enter your comment!
Please enter your name here