ଦିଲ୍ଲୀ ଗସ୍ତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି କରିପାରନ୍ତି ନାମାଙ୍କନପତ୍ର ଦାଖଲ

0
215

ଭୁବନେଶ୍ୱର: ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । MCL ଗେଷ୍ଟ ହାଉସରୁ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ଶୁଭେଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଗତକାଲି ସେ ରାଇରଙ୍ଗପୁୁରରୁ ବାହାରି ଭୁବନେଶ୍ୱରରେ ପହଞ୍ଚିଥିଲେ । ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏମସିଏଲ ଗେଷ୍ଟ ହାଉସରେ ରହିଥିଲେ ଦ୍ରୌପଦୀ ମୁର୍ମୁ । ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଯିବେ । ଓଡ଼ିଶା ଭବନରେ ସେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବ ସପକ୍ଷରେ ସମର୍ଥନ ଜୁଟାଇବା ଲାଗି ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ନିଜେ ଦ୍ରୌପଦୀ ମୁର୍ମୁ ମଧ୍ୟ ବିଭିନ୍ନ ରାଜ୍ୟ ଗସ୍ତ କରି ସେଠାକାର ମୁଖ୍ୟଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ସେପଟେ, ଓଡିଆ ଝିଅ ଙ୍କୁ ଜିତାଇବା ପାଇଁ ଟୁଇଟ କରି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ନବୀନ ଅପିଲ୍ କରିଛନ୍ତି ।

Also Read  Draupadi Murmu's Vision For India's Development Is Outstanding: Prime Minister

LEAVE A REPLY

Please enter your comment!
Please enter your name here