ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ, ଖୋଲିଲା ୫ଟି ସୁଇସ୍ ଗେଟ୍

0
364
hiraku-dam-opens-5-gate release-floodwaters

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ବନ୍ୟାଜଳ ନିଷ୍କାସନ ପାଇ ଦିନ ୧୧ଟାରେ ଖୋଲାଯାଇଛି ୫ଟି ଗେଟ୍ । ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଜଳଭଣ୍ଡାରର ଲେଫ୍ଟ ସ୍ପିଲୱେରୁ ୩ଟି ଏବଂ ରାଇଟ ସ୍ପିଲୱେରୁ ୨ଟି ସୁଇସ ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ।

ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୧୩.୧୫ ଘନଫୁଟ ଜଳ ରହିଛି। ହୀରାକୁଦକୁ ବର୍ତ୍ତମାନ ୧ଲକ୍ଷ ୨୦ ହଜାର ୨୧୫ କ୍ୟୁସେକ ଜଳ ପ୍ରବେଶ କରୁଛି। ଆଉ ଯେତିକି ଜଳ ପ୍ରବେଶ କରୁଛି ସମ ପରିମାଣର ଜଳ ନିଷ୍କାସନ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏହି ପାଣି ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି କରିବ। ଏନେଇ ରାଜ୍ୟର ୧୨ଟି ଜ଼ିଲ୍ଲାର ଜ଼ିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ କୌଣସି ମସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀ ମଧ୍ୟକୁ ପ୍ରବେଶ ନ କରିବେ ସେ ନେଇ ସତର୍କ ସୂଚନା ଜାରି ହୋଇଛି।

Also Read  ମେୟର ପ୍ରାର୍ଥୀ: ରେସରେ ଅଚ୍ୟୁତଙ୍କ ଭଉଣୀ ଓ ସୌମ୍ୟଙ୍କ ଝିଅ