ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ବଡ଼ ଧରଣର ଦୁର୍ଘଟଣା । ନର୍ମଦା ନଦୀକୁ ଖସିଲା ଯାତ୍ରୀବୀହୀ ବସ୍ । ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ନର୍ମଦା ନଦୀରେ ଖସି ପଡ଼ିବାରୁ ୧୩ ଜଣ ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ନଦୀରୁ ୧୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଇନ୍ଦୋରରୁ ପୁନେ ଯାଉଥିବା ବେଳେ ଧାର୍ ଜିଲ୍ଲାର ଖାଲଘାଟ ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ୍ । ବସ୍ରେ ପ୍ରାୟ ୫୫ ଜଣ ଯାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଲେ ତୁରନ୍ତ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।
ତେବେ ମୃତକଙ୍କ ପରିଚୟ ଜଣାପଡିନାହିଁ । ବ୍ରିଜ ଉପରେ ବସଟି ଓଭରଟେକ୍ କରିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ନଦୀକୁ ଖସିପଡିଥିବା ସୂଚନା ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ବସଟି ମହାରାଷ୍ଟ୍ର ରାଜ୍ୟ ପରିବହନ ବିଭାଗର ବୋଲି ଜଣାପଡିଛି ।