ହ୍ରିତିକ ରୋଶନଙ୍କ ‘ବିକ୍ରମ ଭେଧା’କୁ ବଏକଟ୍ ଦାବି, ଆମୀର ଖାନଙ୍କୁ ସପୋର୍ଟ କରିବା ପଡିଲା ଭାରି

0
415

ମୁମ୍ବାଇ : ବଲିଉଡ୍ ଫିଲ୍ମକୁ ବଏକଟ୍ କରିବାର ଧାରା ଜୋରସୋରରେ ଚାଲିଛି। ପ୍ରୋତ୍ୟେକ ଦିନ କୌଣସି ନା କୌଣସି ଫିଲ୍ମ ଏବଂ ଅଭିନେତାଙ୍କ ବିରୋଧରେ ବଏକଟ୍ ଟ୍ରେଣ୍ଡ୍ ହେଉଛି। ‘ଲାଲ ସିଂହ ଚଡ୍ଡା’ କୁ ଯେ କେହି ବି କଳାକାର ସମର୍ଥନ କରୁଛନ୍ତି ତାଙ୍କୁ ଏବଂ ତାଙ୍କର ଆଗାମୀ ଫିଲ୍ମକୁ ବଏକଟ୍ କରାଯାଉଛି। ବର୍ତ୍ତମାନ ହ୍ରିତିକ ରୋଶନଙ୍କ ଅଭିନୀତ ‘ବିକ୍ରମ ଭେଧା’ ସହିତ ମଧ୍ୟ ସମାନ ଘଟଣା ଘଟିଛି। ହ୍ରିତିକ ରୋଶନ ଶନିବାର ଦିନ ‘ଲାଲ ସିଂହ ଚଡ୍ଡା’ ଦେଖିବାକୁ ଥିଏଟର ଯାଇଥିଲେ। ସେ ଆମୀରଙ୍କ ଫିଲ୍ମକୁ ସମର୍ଥନ କରି ଟ୍ୱିଟ୍ କରି ଏହାକୁ ଦେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ହ୍ରିତିକଙ୍କ ଏହି ଟ୍ୱିଟ୍ ବର୍ତ୍ତମାନ ତାଙ୍କ ଉପରେ ଭାରି ପଡିଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କ ଆଗାମୀ ଫିଲ୍ମ ‘ବିକ୍ରମ ଭେଧା’କୁ ବଏକଟ୍ କରିବାକୁ ଦାବି କରୁଛନ୍ତି।

ହ୍ରିତିକଙ୍କ ଟ୍ୱିଟ୍ ପରେ ଟ୍ୱିଟରରେ #BoycottVikramVedha ଟ୍ରେଣ୍ଡ୍ କରିବା ଆରମ୍ଭ କରିଛି। ଜଣେ ୟୁଜର୍ ଲେଖିଛନ୍ତି, ‘ପ୍ରତ୍ୟେକ ଆକ୍ସନ୍ ବଦଳରେ ଗୋଟିଏ ରିୟାକ୍ସନ୍ ହୋଇଥାଏ।’ ଅନ୍ୟ ଜଣେ ଲେଖିଛନ୍ତି, ‘ସେପ୍ଟେମ୍ବର ୨୯ ଆସୁ, ଆମେ ଦେଖାଇବୁ ବିକ୍ରମ ଭେଦାକୁ ବଏକଟ୍ କରି। ଆପଣଙ୍କସର ମନେ ଥିବ, ହିନ୍ଦୁ ହେଟର୍ ସୈଫ ଅଲି ଖାନ କହିଥିଲେ ଛତ୍ରପତି ଶିବାଜୀ ମହାରାଜ ଏବଂ ତାନାଜୀ କାଳ୍ପନିକ।’ ହ୍ରିତିକ୍ ତାଙ୍କ ଟ୍ୱିଟ୍‌ରେ ଲେଖିଥିଲେ, ‘ଲାଲ ସିଂହ ଚଡ୍ଡା ଦେଖିଲି। ମୁଁ ଏହି ଫିଲ୍ମକୁ ହୃଦୟରେ ଅନୁଭବ କରିଛି। ପ୍ଲସ୍ ଏବଂ ମାଇନସ୍ ଗୋଟିଏ ପଟେ, ଏହି ଫିଲ୍ମ କେବଳ ଚମତ୍କାର। ଏହି ଆଶ୍ଚର୍ଯ୍ୟଜନକ ଫିଲ୍ମକୁ ମିସ୍ କରନ୍ତୁ ନାହିଁ। ଯାଅ ବର୍ତ୍ତମାନ ଦେଖ । ଫିଲ୍ମଟି ବହୁତ ସୁନ୍ଦର ହୋଇଛି ।

Also Read  ଦେଶରେ ଦିନକରେ ୧୫୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୫୭୮ରେ ପହଞ୍ଚିଲା