ରାଜଧାନୀରେ ଚାଞ୍ଚଲ୍ୟ : ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କରିବା ପରେ ୫ ବର୍ଷର ଝିଅର ତଣ୍ଟି କାଟିଲା ପିଶାଚ ବାପା

0
145
husband killed his wife in bhubaneswar

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ପିଶାଚ ସ୍ୱାମୀ । ନିଶାସକ୍ତ ଅବସ୍ଥାରେ ଝିଅର ବେକକୁ ଧାରୁଆ ଅସ୍ତ୍ରରେ କାଟିବା ପରେ ସ୍ତ୍ରୀକୁ ଅତି ବିଭତ୍ସଭାବେ ହତ୍ୟାକଲା ନିଶାସକ୍ତ ସ୍ୱାମୀ ​‌। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ଘଟିଛି ଏଭଳି ଛାତିଥରା ହତ୍ୟାକାଣ୍ଡ । ଘଟଣାସ୍ଥଳରେ ଖଣ୍ଡଗିରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣପଡିଛି।

ମୃତ ମହିଳାଙ୍କ ନାଁ ସରସ୍ୱତୀ ଦାସ । । ସ୍ତ୍ରୀ ସରସ୍ୱତୀ ଦାସ ଜଣେ ନର୍ସ ଥିଲେ ବୋଲି ଜଣାପଡିଛି । ନିଶା ପାଇଁ ବର୍ବର ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି । ଅଭିଯୁକ୍ତ ସ୍ୱାମୀ ସଂଜିତ ଦାସଙ୍କ ରୋଜଗାର ନଥିବା ବେଳେ ସ୍ତ୍ରୀଙ୍କ ପଇସାରେ ଘର ଚଳୁଥିଲା । ସୂଚନା ଅନୁସାରେ ଆଜି କୌଣସି ଘଟଣାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଏହା ସାଂଘାତିକ ରୂପ ନେଲା। ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ସଞ୍ଜୀତ ଏକ ଧାରୁଅ ଅସ୍ତ୍ରରେ ପତ୍ନୀ ଓ ଝିଅଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also Read  ୪୦ରୁ ଉର୍ଦ୍ଧ୍ୱ ବିଇଡି ପରୀକ୍ଷାର୍ଥୀଙ୍କୁ ଠକେଇ ଅଭିଯୋଗ; ଛାତ୍ରଛାତ୍ରୀଙ୍କଠୁ ନାମଲେଖା ପାଇଁ ଟଙ୍କା ନେଇ ଧରାଛୁଆଁ ଦେଉନାହାନ୍ତି ଯୁବକ

LEAVE A REPLY

Please enter your comment!
Please enter your name here