ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ସଂଜୟ କୁମାର ସିଂ

0
128
ias-sanjay-singh-joining-as-principal-secretary-of-rural-devlopement of odisha

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଦର୍ଶନ ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ସଚିବ ଶ୍ରୀ ସିଂଙ୍କୁ ସ୍ଵାଗତ ଜଣାଇଥିଲେ ।

ଦାୟିତ୍ଵ ଗ୍ରହଣ ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ବାବଦରେ ଅବଗତ ହେବା ପରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏସବୁର କାର୍ଯ୍ୟାନ୍ଵୟନ ନିମନ୍ତେ ନିଷ୍ଠା ଓ ଦାୟିତ୍ଵର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟ ଯନ୍ତ୍ରୀ ପି.କେ. ସାମଲ , ମୁଖ୍ୟ ଯନ୍ତ୍ରୀ ( ଯୋଜନା ଓ ରାସ୍ତା ) ସଂଜୀବ ମହାନ୍ତି , ମୁଖ୍ୟ ଯନ୍ତ୍ରୀ ( ବ୍ରିଜ୍ ଏବଂ କୋଠା ) ରମେଶ ବେହେରା , ବିତ୍ତ ପରାମର୍ଶଦାତା ସ୍ମିତା ପାଣି , ଅତିରିକ୍ତ ସଚିବ ବବିତା ମହାନ୍ତି , ଉପନିର୍ଦ୍ଦେଶକ ପୁଷ୍ପିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Also Read  କାନ୍ସ ରେଡ୍‌ କାର୍ପେଟରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ

LEAVE A REPLY

Please enter your comment!
Please enter your name here