IIFA ଆୱାର୍ଡ ୨୦୨୨ : ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଅଭିଷେକ ବଚ୍ଚନ ଓ ସଲମାନ ଖାନ, ପିକ୍ଚର ଅଫ୍ ଦ ଇଅର କହିଲେ ପ୍ୟାନ୍ସ

0
415

ନୂଆଦିଲ୍ଲୀ : ଗୋଟିଏ ମଞ୍ଚରେ ନଜର ଆସିଲେ ଅଭିଷେକ ବଚ୍ଚନ ଓ ସଲମାନ ଖାନ। ଫଟୋ ଦେଖି ପିକ୍ଚର ଅଫ୍ ଦ ଇଅର କହିଲେ ପ୍ୟାନ୍ସ। ଶନିବାର ଆବୁଧାବିର ୟାସ୍ ଦ୍ଵୀପରେ ଆୟୋଜିତ IIFA ଆୱାର୍ଡ ୨୦୨୨ କାର୍ଯ୍ୟକ୍ରମରେ ଏହି ଦୁଇ ସେଲିବ୍ରେଟିଙ୍କୁ ଏକା ସାଙ୍ଗରେ ବସିଥିବା ଦେଖିବାକୁ ମିଳିଥିଲା। ସଂଯୁକ୍ତ ଆରବ ଏମିରେଟ୍ସ ସଂସ୍କୃତି, ଯୁବ ଓ ସାମାଜିକ ବିକାଶ ମନ୍ତ୍ରଣାଳୟର ମୁଖ୍ୟ ଥିବା ଶେଖ ନାହିୟାନ ବିନ ମୁବାରକ ଅଲ ନାହିନଙ୍କ ଉଭୟ ପାର୍ଶ୍ୱରେ ଅଭିଷେକ ଏବଂ ସଲମାନ ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଆୱାର୍ଡ କାର୍ଯ୍ୟକ୍ରମରେ ଅନ୍ୟ ବଲିଉଡ ତାରକା ମଧ୍ୟ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି, ବଲିଉଡର ଭାଇଜାନ୍ ସଲମାନଙ୍କ ସହ ଐଶ୍ଵର୍ଯ୍ୟା ରାୟଙ୍କର ପ୍ରେମ ସମ୍ପର୍କ ଥିଲା। ହେଲେ ଦୁହିଁଙ୍କର ବିବାହ ବିଛେଦ ହେବା ପରେ ଐଶ୍ଵର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଐଶ୍ଵର୍ଯ୍ୟା ଏବଂ ଅଭିଷେକଙ୍କର ୧୦ ବର୍ଷର ଝିଅ ହେଉଛନ୍ତି ଆରାଧ୍ୟା।

ତେବେ ଉଭୟ ଅଭିଷେକ ଓ ସଲମାନଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖି ତାଙ୍କର ପ୍ରଶଂସକମାନେ ଖୁବ୍ ଖୁସି ହୋଇଯାଇଛନ୍ତି। ଏହି ଫଟୋଟି ଇନଷ୍ଟାଗ୍ରାମରେ ଅପଲୋଡ୍ କରାଯାଇଛି। ଏହି ଫଟୋରେ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ଓ ମାଇଁ ଗଡ୍, ଏହା ପିକ୍ଚର ଅଫ୍ ଦ ଇଅର। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଖୁବ୍ କମ୍ ଦିନ ମଧ୍ୟରେ ଏହି ଫଟୋକୁ ଏଡିଟ୍ କରାଯାଇ ଐଶ୍ଵର୍ଯ୍ୟାଙ୍କୁ ମଝିରେ ବସାଇ ଦିଆଯିବ।

Also Read  ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟାଇଥିବା ହାଇଓ୍ୱା ଡ୍ରାଇଭର ଗିରଫ

LEAVE A REPLY

Please enter your comment!
Please enter your name here