ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ପରଲୋକ

0
194
ils-director-dr ajay-parida-passes-away

ଭୁବନେଶ୍ୱର: ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ପରଲୋକ ହୋଇଯାଇଛି । ଗୌହାଟୀର ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କନଫରେନ୍ସ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

କରୋନା ଯେତେବେଳେ ବ୍ୟାପୁଥିଲା ସେତେବେଳେ ଅଜୟଙ୍କ ସୂଚନାକୁ ପୂରା ରାଜ୍ୟ ଅପେକ୍ଷା କରି ରହୁଥିଲା । ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ଆଇଏଲ୍‌ଏସ୍ ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ପରୀକ୍ଷଣ ( ଟେଷ୍ଟିଂ)ରେ ତାଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ଗଣମାଧ୍ୟମ ଜରିଆରେ ସତର୍କ କରାଉଥିଲେ ଅଜୟ ପରିଡ଼ା । ମହାମାରୀ କରୋନାର ଭୟାବହତା ସମୟରେ ଆମେ କଣ କରିବା ଉଚିତ୍‌, କଣ ନକିରବା ଉଚିତ୍‌ ସେନେଇ ରାଜ୍ୟବାସୀଙ୍କୁ ଅବଗତ କରାଉଥିଲେ । କରୋନା ବାବଦରେ ଟିକିନିକି ତଥ୍ୟ ରଖୁଥିଲେ ଅଜୟ । ଡାକ୍ତର ପରିଡା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Also Read  ‘ଦ କାଶ୍ମୀର ଫାଇଲ୍‌ସ’ ଦେଖି ଅନୁପମ ଖେରଙ୍କୁ କ’ଣ କହିଲେ ସଲମାନ?

LEAVE A REPLY

Please enter your comment!
Please enter your name here