ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

0
289

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାରରୁ ବାଦ୍ ପଡିଛି ।

ଏବେ ସାରା ଦେଶରେ କଂଗ୍ରେସ ବହୁତ କମ୍ ରାଜ୍ୟରେ ସରକାରରେ ରହିଛି । ଯାହା ବିରୋଧୀଙ୍କୁ ରଣନୈତିକ ଦୃଷ୍ଟିରୁ ଦୁର୍ବଳ କରିଛି। ମହାରାଷ୍ଟ୍ରରେ ବିଜେପିକୁ ଦୂରେଇ ରଖିବା ପାଇଁ କଂଗ୍ରେସ ଶିବସେନା ଓ ଏନସିପି ସହ ମେଣ୍ଟ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଦ୍ୟତମ ପରିବର୍ତ୍ତନ ପରେ ଏହାର ଉଦ୍ୟମକୁ ବଡ଼ ଝଟକା ଲାଗିଛି ବୋଲି କହିଲେ ଭୁଲ୍ ହେବ ନାହିଁ।

Also Read  ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ : ୬୦% ମତଦାନ, ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ୨୩ ସ୍ଥାନରେ ନିର୍ବାଚନ ରଦ୍ଦ